ନବରଙ୍ଗପୁର: (ବେଣୁ ଗୋପାଳ ରାଓ) ନବରଙ୍ଗପୁର ମିଶନ ଶକ୍ତି ହଲରେ ଜିଲ୍ଲା ପ୍ରଶାସନ ତରଫରୁ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଥିଲା ! ଏହି ବୈଠକ ରେ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର, ନବରଙ୍ଗପୁର ପୌର ପାଳିକା ଚେୟାରମ୍ୟାନ କୁନୁ ନାୟକ, ନବରଙ୍ଗପୁର ବିଡ଼ିଓ, ନବରଙ୍ଗପୁର ତହସିଲଦାର, ନବରଙ୍ଗପୁର ର ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର, ରାଜପୁରହିତ ନରସିଂହ ତ୍ରିପାଠୀ, କଂଗ୍ରେସ ନେତା ମୁନ୍ନା ତ୍ରିପାଠୀ ସମେତ ବହୁ ବୃଦ୍ଧିଜୀବୀ, ସଙ୍ଘ, ସରକାରୀ ଅଧିକାରୀ ଉପସ୍ଥିତ ରହି ରୋଥଯାତ୍ରା କିପରି ଶାନ୍ତି ଶୃଙ୍ଖଳା ସମ୍ପୂର୍ଣ ହେବ ଆଲୋଚନା କରିଥିଲେ !
ରଥଯାତ୍ରା ଦିନ ମେଇନ ରୋଡ଼ ଜଗନ୍ନାଥ ମନ୍ଦିର ନିକଟରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ କୌଣସି ଯାନ ବାହାନା ଯିବା ପାଇଁ ଵାରଣ କରାଯାଇଛି ! ରଥଯାତ୍ରା ଦିନ ମଦ ଦୁକାନ ଦିନ ପାଇଁ ବନ୍ଦ କରିବା ପାଇଁ ଆଲୋଚନା ରେ କୁହା ଯାଇଛି!ରାସ୍ତାର ଦୁଇ ପାଖରେ ମନ ଇଛା ଦୁଖାନ ନ ପକେଇବାକୁ ନିଷ୍ପତି ହେଇଛି ! ପିକାଳୀ କାନ ପାଖରେ ବଜାଇବାକୁ ମନାକରା ଯାଇଛି ! ବାଉଁଶ ନଳା ପୁଟେଇବାକୁ ବରଣ କରାଯାଇଛି ଯଦି ଏହି ନିମୟ କୁ ଅବ ମାନନା କରେ ତାହେଲେ ଦୃଢ କାର୍ଯାନୁଷ୍ଠାନ କରାଯିବାପାଇଁ ନିଷ୍ପତି ନିଆଯାଇଛି !