ହରଭଙ୍ଗା :୧୯/୦୬ (ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକ ଲଷ୍ମୀନାଳ ରୁ ହୋଇଥିବା ଗାନ୍ଧୀ କେନାଲ ଖୁଦ୍ର ଜଳ ସେଚନ ପ୍ରକଳ୍ପ ଚାଷ କାର୍ଯ୍ୟ ଉଦେଶ୍ୟ ରେ 2001 ମସିହାରେ ନିର୍ମାଣ କରାଯାଇଥିଲା l ଉକ୍ତ କେନାଲରୁ ତିଲେଶ୍ୱର ଓ ରାମଗଡ ଦୁଇଗୋଟି ପଞ୍ଚାୟତ ର ମୂଷାଡ, କୁଟୁଣିଆପଡା,ଟାକୁଡ଼, ଖଜୁରିଆ, ଛେଳି ଲେଣ୍ଡି, ମହିବାହାଲ, ଠେଲାମlରୁଣୀ, କୋଇଲିସୂତା, ରାମଗଡ ଆଦି ଗ୍ରାମର ଚାଷ ଜମିରେ ପାଣି ମାଡିବl ପାଇଁ କେନାଲ ନିର୍ମାଣ କରାଯାଇଛି l କିନ୍ତୁ ଚାଷୀ ଙ୍କ ହିତରେ ଏହି କେନାଲ ଏବେ ଲାଗି ପାରୁନ ଥିବାରୁ ବୁଧବାର ଦିନ ଚାଷୀ ନେତା ଇଂ.ବିକାଶ ମହାକୁଡ଼ ନେତୃତ୍ୱ ରେ ବହୁ ଚାଷୀ ବୌଦ୍ଧ କ୍ଷୁଦ୍ର ଜଳ ସେଚନ ବିଭାଗ ଘେରାଉ କରିଥିଲେ l

ଉକ୍ତ କେନାଲ ପାଇଁ ନୂତନ ପାଣି ପଞ୍ଚାୟତ ଗଠନ, କେନାଲ ଓ ହୁଡ଼ା ସଫା, କଂକ୍ରିଟ କାରଣ, ପ୍ରକଳ୍ପ ରୁ ପଙ୍କ ଉଦ୍ଧାର, କେନାଲ ହୁଡ଼ା ରେ ସ୍ଥାୟୀ ରାସ୍ତା ନିର୍ମାଣ ଭଳି ଅଭିଯୋଗ ଲିଖିତ ଭାବେ ଅଧିକାରୀ ଙ୍କୁ ଜଣାଇ ଥିଲେ l ବର୍ଷା ପୂର୍ବରୁ ଉକ୍ତ ଅଭିଯୋଗ କୁ ଦୃଷ୍ଟି ରେ ରଖି ବିଭାଗ ତତ୍ପର ଅଛି ଓ ନୂତନ ପାଣି ପଂଚାୟତ ବହୁଶୀଘ୍ର କରିବା ସହିତ କେନାଲ ସଫା କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଚାଷୀ ଙ୍କୁ ପ୍ରତିଶୃତି ଦେଇଥିଲେ l ଅନ୍ୟ ପଟେ ସମସ୍ତ ଚାଷୀ ବର୍ଷା ପୂର୍ବରୁ କାର୍ଯ୍ୟ ନ ହେଲେ ଚାଷୀ ଆନ୍ଦୋଳନ ହେବ ବୋଲି ନିର୍ବାହୀ ଅଧିକାରୀ ଙ୍କୁ ଚେତାବନୀ ଦେଇଛନ୍ତି l