ମୁନିଗୁଡା,୧୯।୬ (ରମାକାନ୍ତ ପୋଡାଳ )ଝୁଲନ୍ତା ଅବସ୍ଥାରେ ବନ୍ଦ ଘରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି, ଏହି ଘଟଣାଟି ଘଟିଛି ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଇଛାପୁର ପଞ୍ଚାୟତର କାଡାଘାଟି ଗାଁ ରେ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ପଞ୍ଚାୟତର ଗଜରାପୁର ଗାଁ ବାବୁଲାଲ କୁମାରଙ୍କ ଝିଅ ମିରା କାଡାଘାଟି ଗ୍ରାମର ବାବୁଲି କରୁଆଙ୍କୁ ବିବାହ କରିଥିଲେ । ହେଲେ ସ୍ବାମି ଓ ଶଶୁର ପରିବାର ପଷୋଣ ପାଇଁ କେରଳ ରାଜ୍ୟରେ ଦାଦନ ଖଟିବାକୁ ଯାଇଥିବା ବେଳେ ଆଜି ମିରାଙ୍କ ମୃତଦେହ ତାଙ୍କ ନିଜ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଛି ।

ଘଟଣାରୁ ପ୍ରକାଶ ଯେ ସ୍ବାମୀ କେରଳରେ କାମ କରୁଥିବା ବେଳେ ମୀରା କାଡାଘାଟି ଗ୍ରାମରେ ଏକ ଛୋଟ ଗ୍ରୋଷରି ଦୋକାନ କରିଥିଲେ । ଆଜି ଗ୍ରାମର ଜଣେ କିଛି ଜିନିଷ କିଣିବା ପାଇଁ ଦୋକାନ କୁ ଯାଇଥିବା ବେଳେ ବାହାର କବାଟ ବନ୍ଦ ଥିବା ଦେଖି ବାରମ୍ବାର କବାଟ ବାଡେଇବା ପରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ପରେ ଶାଶୁ ଗାଁ ଠାରୁ କିଛି ଦୂରରେ ଅନ୍ୟ ଏକ ଘରେ ରହୁଥିବା ବେଳେ ଖବରପାଇ ପହଁଚି ଦେଖିବା ପରେ ମିରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ସେହିଘରେ ରହିଛି । ପରେ ଏହି ଘଟଣାକୁ ଅମ୍ବାଦଳା ପୋଲିସ କୁ ଜଣାଇବା ପରେ ଘଟଣାସ୍ଥଳରେ ବିଷମ କଟକ ଏସଡିପିଓ ସନ୍ତୋଶିନି ଓରାମଙ୍କ ସହ ଅମ୍ବାଦଳା ଥାନା ଅଧିକାରୀ କଳ୍ପନା ବେହେରା,ଏସାଇ ଉର୍ମିଳା ସେଠୀ, ଏ ଏସଆଈ ପ୍ରଶାନ୍ତ ପାଢ଼ୀଙ୍କ ସମେତ ସାଇଣ୍ଟିଫିକ୍ ଟିମ ପହଞ୍ଚି ମୃତଦେହ କୁ ଉଦ୍ଧାର କରି ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଯାରି ରଖିଛନ୍ତି ।

ଅନ୍ୟପଟେ ଝିଅର ପରିବାର ଲୋକେ ତାଙ୍କ ଝିଅକୁ ହତ୍ୟା କରି ଓହଳାଇ ଦେଇଥିବା ଅଭିଯୋଗ ଆଣିଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ମୀରାର ସ୍ଵାମୀ ବାବୁଲି ମିରାକୁ ଫୋନ୍ ଯୋଗେ ଗାଳି ଗୁଲଜ କରୁଥିବା ଓ ଶାଶୂ ଘର ଲୋକ ଝଗଡ଼ା କରୁଥିବା ନେଇ ସେଠାରୁ ନେଇଯିବାକୁ ନିଜ ମାଆଙ୍କୁ କହିଥିବା ବେଳେ ଆଜି ଝିଅ ର ମୃତ୍ୟୁ ଖବର କୁ ସେମାନେ ସହଜରେ ଗ୍ରହଣ କରିପାରୁ ନଥିବା ବେଳେ ମୀରାକୁ ତାଙ୍କ ଶାଶୁ ଘର ଲୋକ ମାରି ଆତ୍ମ ହତ୍ୟାର ରୂପ ଦେଉଛନ୍ତି ବୋଲି ମୀରାର ବାପ ଘର ଲୋକ ଅଭିଯୋଗ କରିଛନ୍ତି, ତେବେ ପରିବାର ଲୋକଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।