ମୁନିଗୁଡା,୧୯।୬ରାୟଗଡ଼ା ଜିଲ୍ଲା ମୁନିଗୁଡା ପଞ୍ଚାୟତ ସମିତି ଅନ୍ତର୍ଗତ ଅମ୍ବାଦଳା ପ୍ରସିଦ୍ଧ ଦଧିବାହନ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରାର ପ୍ରସ୍ତୁତି ବୈଠକ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ସୋଇଯାଇଛି। ବରିଷ୍ଠ ସଦସ୍ୟ ରମେଶ ସାମନ୍ତଙ୍କ ଅସ୍ଥାୟୀ ସଭାପତିତ୍ବରେ ବ୍ରାହ୍ମଣ ସେବାୟତ ସମେତ ମନ୍ଦିର ପରିଚାଳନା ସମିତି ସଦସ୍ୟ, ବ୍ୟବସାୟ ସଂଘ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ବୈଠକରେ ଉପସ୍ଥିତ ଥିଲେ। ଆସନ୍ତା ଜୁଲାଇ ୭ ତାରିଖ ରବିବାର ଦିନ ମହାପ୍ରଭୁ ଙ୍କ ଘୋଷଯାତ୍ରା ନିର୍ଦ୍ଧିଷ୍ଟ ନିତିକାନ୍ତି ଓ ଶୃଙ୍ଖଳିତ ଭାବେ ସମାପନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସମସ୍ତ ନିତିକାନ୍ତି କରାଯିବାକୁ ସ୍ଥିର ହୋଇଥିଲେ ମଧ୍ୟ ଚଳିତ ବର୍ଷ ଗୁଣ୍ଡିଚାଯାତ୍ରା ଦିନ ମହାପ୍ରଭୁ ଙ୍କ ନେତ୍ରୋତ୍ସବ ସମାପନ ହେବାକୁ ଥିବା ଯୋଗୁଁ ପ୍ରତ୍ୟୋକ ନିତିକାନ୍ତି ନିର୍ଧାରିତ ସମୟ ମଧ୍ୟରେ ସମାପନ କରିବାକୁ ନିଷ୍ପତି ହୋଇଛି। ଏଥିପାଇଁ ସହଯୋଗ କରିବାକୁ ଗ୍ରାମର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ବୈଠକରେ ବି. ଚିନିକ୍ରୀଷ୍ଣା, ବି. ସିମାଞ୍ଚଳ ପାତ୍ର, ଶିମାଞ୍ଚଳ ରଣା, ଭିକାରୀ ନାହାକ, ଡମ୍ବୁର ହଂସ,ବି. ତ୍ରିପତି ପାତ୍ର, ଇ. ସନ୍ତୋଷ ପାତ୍ର, ତ୍ରିନାଥ ପାତ୍ର, ରୁଦ୍ର ଶକ୍ତି ମହାପାତ୍ର, ପଦ୍ମ ଚରଣ ଗୌଡ, ଅଶୋକ ମେହେର, ଦିନେଶ ନାୟକ, ବେଣୁଧର ଖୋସଲା, ଭଗବାନ କରକରିଆ, ରାଜେନ୍ଦ୍ର ନାହକ, ରଜନୀ ପୋଡାଲ, ଦିଲ୍ଲୀପ ନାୟକ, ଅକ୍ଷୟ କୁମାର ରଥ, ବିଜୟ ମିଶ୍ର, ବିପିନ ବିହାରୀ କର, ପିଣ୍ଟୁ ପାଠୀ, ସନ୍ତୋଷ ସାହୁ, କେ.ଶିବ ପ୍ରସାଦ ରାଓ, ରମେଶ ସାହୁ, ଗୌର ଚନ୍ଦ୍ର ମହାନ୍ତି, ବୃନ୍ଦାବନ ମହାନ୍ତି, ଶ୍ରିନୁ ହଂସ, ମିଠା ଲାଲ ସେନାପତି, ବାଲାଜୀ ଗୁରୁ, ରଞ୍ଜନ ସ୍ବାଇଁ, ବି. ନାଗେଶ୍ଵର ପାତ୍ର, ସନ୍ତୋଷ କୁମାର ଷଡଙ୍ଗୀ , କୁଞ୍ଜ ବିହାରୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ।