ଧର୍ମଗଡ଼ : ୨୦/୬ (ହେମନ୍ତ କୁମାର ମାଝୀ)ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପଲଉ ପ୍ରଧାନ ଦୀର୍ଘ ୩୬ ବର୍ଷ ହେଲା କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ରହି ଶିଶୁ ମାନଙ୍କ ସେବାରେ ନିୟୋଜିତ ଅଛନ୍ତି। ପଦବୀରୁ ଅବସର ନେବା ପରେ ମଧ୍ୟ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନକୁ ଯାଇ ତାଙ୍କର ସେବା ଜାରୀ ରହିଛି। ମାତ୍ର ୫୦ ଟଙ୍କାରେ ସେ ରୋଗୀ ଦେଖୁ ଥିବାରୁ ଜିଲ୍ଲାରେ ସମସ୍ତଙ୍କ ର ପ୍ରିୟପାତ୍ର। ଜିଲ୍ଲାର ଶିଶୁ ମାନେ କିପରି ରୋଗ ମୁକ୍ତ ରହି ସୁସ୍ଥ ସବଳ ହେବେ ତାହା ତାଙ୍କର ଚିକିତ୍ସାର ମୂଳ ଲକ୍ଷ୍ୟ ବୋଲି ଡାକ୍ତର ପଲଉ ପ୍ରଧାନ ପ୍ରକାଶ କରିଛନ୍ତି।
ଦିର୍ଘ ବର୍ଷ ଧରି ତାଙ୍କର ଏହି ନୀରବଛିନ୍ନ ସେବା ପାଇଁ ଆଜି ଜଗନ୍ନାଥ ସେବା ସମିତି ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଙ୍ଘର ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଓ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ ଏହି ଅବସରରେ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥଲେ ଓ ସ୍ୱଳ୍ପ ଅର୍ଥରେ ତାଙ୍କର ଏହି ସେବା ସ୍ଵାସ୍ଥ୍ୟ ସେବା କ୍ଷେତ୍ର ରେ ତାଙ୍କ ସେବା ସମାଜ ପାଇଁ ଏକ ମାଇଲ ଖୁଣ୍ଟ ବୋଲି ପ୍ରକାଶ କରିଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀଶିଶୁ ମାନଙ୍କ ସେବାରେ ସଦା ସମର୍ପିତ ଡାକ୍ତର ପଲଉ ପ୍ରଧାନ।