ନବରଙ୍ଗପୁର : (ବେଣୁ ଗୋପାଳ ରାଓ) ବିଶ୍ୱ ସିକିଲ ସେଲ ବା ରକ୍ତ ଶିକୁଳି ରୋଗ ସଚେତନତା ଦିବସ ଆଜି ନବରଙ୍ଗପୁର ଠାରେ ପାଳିତ ହୋଇଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ରକ୍ତରେ ସୃଷ୍ଟି ହେଉଥିବା ଅସୁସ୍ଥ କୋଷିକା କାରଣରୁ ବିଭିନ୍ନ ପ୍ରକାର ବିପଦଜ୍ଜନକ ରୋଗ ଯୋଗୁଁ ଅସ୍ୱାଭିବକ ଜୀବନ ହାନି ହେଉଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଆଲୋକପାତ କରିଛନ୍ତି ।
ଏହି ରୋଗ ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଏବଂ ଅମ୍ଳଜାନ ପ୍ରବାହ ମଧ୍ୟ ପ୍ରଭାବିତ ହୋଇଥାଏ । ଏପରିକି,ରକ୍ତ ଶିକୁଳି ଯୋଗୁଁ ହିମୋଗ୍ଲୋବିନରେ ଏକ ଜେନେଟିକ ଅସ୍ଵାଭାବିକତା ଦେଖାଯାଏ । ତେବେ,ଆମ ଦେଶ ତଥା ରାଜ୍ୟରେ ଦିନକୁଦିନ ବଢି ଚାଲିଥିବା ସିକିଲ ସେଲ ରୋଗକୁ ନିୟନ୍ତ୍ରଣ କରିବା ସହ ଏକ ସୁସ୍ଥ ସମାଜ ପାଇଁ ପ୍ରତିବର୍ଷ ଜୁନ ୧୯ତାରିଖରେ ଏକ ଜନ ସଚେତନତା ଦିବସ ଭାବେ ପାଳନ କରାଯାଇ ଆସୁଛି,