ହରଭଙ୍ଗା ୨୦ /୦୬ (ଚିତ୍ତ ରଞ୍ଜନ ସିଂ )ବନବିଭାଗ ତରଫରୁ ମୃତ ବୃଦ୍ଧଙ୍କ ପରିବାର କୁ ମିଳିଲା ପ୍ରଥମ ଆର୍ଥିକ ସହାୟତା। ସୂଚନା ଅନୁଯାଇ ଗତ ମଙ୍ଗଳବାର ଦିନ ଆଡ଼େଣିଗଡ଼ ପଞ୍ଚାୟତ ଅନ୍ତର୍ଗତ ବାରିଙ୍ଗ ଗ୍ରାମର କାଶୀନାଥ ପ୍ରଧାନ ଙ୍କ ହାତୀ ଆକ୍ରମଣ ରେ ମୃତ୍ୟୁ ହୋଇଥିଲା। ବୌଦ୍ଧ ବନଖଣ୍ଡ ମାଧପୁର ବନାଞ୍ଚଳ ବାରିଙ୍ଗ ଗ୍ରାମରେ ଘଟିଥିଲା ଏଭଳି ଏକ ଅଭାବନୀୟ ଘଟଣା।କାଶୀନାଥ ନିଜ ସମ୍ପର୍କୀୟ ଙ୍କ ଘରକୁ ଯିବାପାଇଁ ଘରୁ ବାହାରି ଯାଇଥଲେ। ହେଲେ ଆଉ ଫେରି ନ ଥିଲେ।

ପରିବାର ଲୋକ ଖୋଜାଖୋଜି କରିବା ସମୟରେ ଗ୍ରାମ ନିକଟସ୍ଥ ଏକ ଆମ୍ବ ତୋଟା ରୁ କାଶୀନାଥ ପ୍ରଧାନ ଙ୍କ ମୃତ ଦେହ ପାଇଥିଲେ।ଆଖପାଖ ଅଞ୍ଚଳ ରେ ହାତୀ ପଲ ର ଶବ୍ଦ ଶୁଣି ଗାଁ ଲୋକ ନିଶ୍ଚିତ ହୋଇଥିଲେ ଯେ ହାତୀ ଦ୍ୱାରା ହିଁ କାଶୀନାଥ ର ମୃତ୍ୟୁ ହୋଇଛି। ତାପରେ ଗାଁ ଲୋକ ବନବିଭାଗ କୁ ଖବର ଦେଇଥିଲେ।ତା ପରେ ବନବିଭାଗ ମୃତ ଶରୀର କୁ ଜବତ କରି ପୋଲିସ ର ଜିମା ଦେଇଥିଲେ। ଓ ବୁଧବାର ଦିନ ବୌଦ୍ଧ ଡାକ୍ତରଖାନା ରେ ବ୍ୟବଛେଦ କରାଯାଇଥିଲା।

ତଦନ୍ତ ରୁ ହାତୀପଲ ଆକ୍ରମଣ ରୁ କାଶୀନାଥ ଙ୍କ ମୃତ୍ୟୁ ହୋଇଥିବା କଥା ସ୍ପଷ୍ଟ ହୋଇସାରିବା ପରେ ବନବିଭାଗ ତରଫରୁ ପ୍ରଥମ କିସ୍ତି ଷାଠିଏ ହଜାର ଟଙ୍କା ମୃତ କାଶୀନାଥ ଙ୍କ ପତ୍ନୀ ଙ୍କ ଆକାଉଣ୍ଟ କୁ ପଠେଇ ଥିଲେ। ଯେହେତୁ ସରକାରୀ ନିୟମ ଅନୁସାରେ ହାତୀ ଆକ୍ରମଣ ରେ ମୃତ ବ୍ୟକ୍ତି ଙ୍କ ପରିବାର କୁ ବନବିଭାଗ ତରଫରୁ ଛ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିଥାଏ, ଅବଶିଷ୍ଟ ପାଞ୍ଚ ଲକ୍ଷ ଚାଳିଶ ହଜାର ଟଙ୍କା ଖୁବ କମ ଦିନ ଭିତରେ ମିଳିବ ବୋଲି ମାଧପୁର ବନାଞ୍ଚଳ ଅଧିକାରୀ ଆସିକ କୁମାର ଦିଗାଲ ସୂଚନା ଦେଇଛନ୍ତି।