ହରଭଙ୍ଗା: ୨୦/୦୬ (ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ସ୍ଥିତ ଠିଡିକାଯୋର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଦ୍ବିତୀୟ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହରେ ଗୁରୁବାର ଅପରାନ୍ହରେ ଅନୁଷ୍ଠିତ ହୋଇଯାଇଛି । ରଥ ମହୋତ୍ସବ କମିଟି ସଭାପତି ତହସିଲଦାର ତଥା ଦେବୋତ୍ତର ଅଧିକାରୀ ବିଭୁ ପ୍ରସାଦ ସିଂଘଙ୍କ ସଭାପତିତ୍ବରେ ସମ୍ମାନିତ ଅତିଥି ଭାବେ ହରଭଙ୍ଗା ବିଡ଼ିଓ ଶରତ କୁମାର ସେଠୀ,ପୁରୁଣା କଟକ ଥାନା ଭାରପ୍ରାପ୍ତ ଅଧିକାରୀ ସାରଦା ପ୍ରସନ୍ନ ଦାସ୍ , ବାଣିଭୂଷଣପୁର ସମିତି ସଭ୍ୟ ପ୍ରଶାନ୍ତ କୁମାର ପ୍ରଧାନ ଓ ସରପଞ୍ଚ ଶ୍ରୀବନ୍ତ ମେହେର, ବ୍ଲକ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପାତ୍ର , ସାତ ନଂ ଜୋନ ର ଜିଲ୍ଲା ପରିଷଦ ସଭ୍ୟ ବିଶ୍ବଜିତ ମିଶ୍ର,ବନପାଳ,ଚାରିଛକ ସତୀଶ ରଞ୍ଜନ ,AEE, MI,ପୁରୁଣା କଟକ,ବିଭୁତି ପ୍ରସାଦ ମାଝୀ ,AAO,ପ୍ୟାରୀମୋହନ ପୁରୋହିତ ,ହରଭଙ୍ଗାବ୍ଲକ,କନିଷ୍ଠ ଯନ୍ତ୍ରୀ,ମଧୁସୂଦନ ଦୋରା,ସହାୟକ ଯନ୍ତ୍ରୀ ପ୍ରଣବ ପ୍ରକାଶ ବେହେରା ଦେବାଶିଷ ଗାଈଗୋରିଆ,,ଦେବୋତ୍ତର କନିଷ୍ଠ ସହାୟକ ଦେବାଶିଷ ଗାଈଗୌରୀଆ,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ,ଅଖିଳ ପ୍ରଧାନ ,

,ଶିବ ମନ୍ଦିର ପରିଚାଳନା କମିଟି,ସଭାପତି ଜନକ ପାତ୍ର,ୱାର୍ଡମେମ୍ବର ସଭ୍ୟ ସଭ୍ୟା,,ବାଣୀଭୂଷଣପୁର ଗ୍ରାମ ପଞ୍ଚାୟତ ବିଭୁଦତ୍ତ ବୋଷ ,ଯୁବ ସମାଜସେବୀ ,ଚାରି ଛକ,, ଜୟନ୍ତୀ ସାହୁ, GPLF ମହାସଂଘ , ଚାରିଛକ ସହିତ ଅଗ୍ନିସମ ବିଭାଗ,,ସମନ୍ବିତ ଶିଶୁ ବିକାଶ ବିଭାଗ,ମୃତ୍ତିକା ସଂରକ୍ଷଣ ବିଭାଗ,କୃଷି ବିଭାଗ,ଗଣଶିକ୍ଷା ବିଭାଗ,,ମହା ବିନାୟକ ୟୁଥ କ୍ଲବ୍,,ଚାରିଛକ,,ରାମସେନା,ଚାରିଛକ,ବ୍ଲକ journalist aassosiation , ଚାରିଛକ,ର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ସମ୍ପାଦକ ବାମଦେବ ଦାଶ ଗତ ବୈଠକର ବିବରଣୀ ପାଠ କରିଥିଲେ । ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାପାଇଁ ପାଣ୍ଠି ସଂଗ୍ରହ,,ମୀନାବଜାର,,ରଥ ନିର୍ମାଣ ,ସାଂସ୍କୃତିକ କାର୍ଯ୍ୟକ୍ରମ ,ସ୍ଥାନୀୟ ଲୋକକଳା ପ୍ରଦର୍ଶନ,ଗୁଣ୍ଡିଚା ମନ୍ଦିର,ମାଉସୀମା ମନ୍ଦିର ପ୍ରସ୍ତୁତି,ସ୍ନାନପୂର୍ଣ୍ଣିମା ପାଳନ ପାଇଁ ସ୍ବତନ୍ତ୍ର ସବ୍‌ କମିଟି କାର୍ଯ୍ୟସାଧନ ଅଗ୍ରଗତି ସମୀକ୍ଷା କରାଯାଇଥିଲା ।

ବୈଠକରେ ଉପସଭାପତି ଦିଲୀପ ସାହୁ,, କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ମଲ୍ଲିକ, ଅର୍ଜୁନ କଁହର, ସୁରେଶ ବେହେରା, ବେଦବର ପ୍ରଧାନ,ସମୀର ନାୟକ,, ପୂର୍ଣଚନ୍ଦ୍ର ମହାରଣା ,,ସୁଶାନ୍ତକୁମାର ପାତ୍ର ,ଦୁର୍ଯ୍ୟୋଧନ ସାହୁ,,ଆଶିଷ କୁମାର ସାହୁ,ମିତା ମଲ୍ଲିକ,,ପୁର୍ଣିମା ରାଏ,,ନନ୍ଦ ସେଠୀ,,ସବିତା ମାଝୀ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।ଶେଷରେ ସମ୍ପାଦକ ଶ୍ରୀ ବାମଦେବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟପଟେ ଆଗାମୀ ଦିନରେ ରଥଯାତ୍ରା ମହୋତ୍ସବରେ ସମସ୍ତ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିବା ପାଇଁ ଦେବତ୍ବର ଅଧିକାରୀ ଅନୁରୋଧ କରିଛନ୍ତି।