ବୌଦ୍ଧ -( ଚିତ୍ତରଞ୍ଜନ ସିଂହ ) ସାଧାରଣ ଲୋକଙ୍କ ସହ ମିଶି ବୌଦ୍ଧ ବିଧାୟକ ଜିଲ୍ଲାପାଳ ଓ ଏସିପି କଲେ ଯୋଗ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବୌଦ୍ଧ ଟାଉନ ହଲ ଠାରେ ବୌଦ୍ଧ ଜ଼ୀଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ ହୋଇଯାଇଛି । ବୌଦ୍ଧ ର ନବନିର୍ବାଚିତ ବିଧାୟକ ସରୋଜ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନୀତ ବୌଦ୍ଧ ଜ଼ୀଲ୍ଲାପାଳ ଓ ଆରକ୍ଷ ଅଧିକ୍ଷକ ରାଜ ପ୍ରସାଦ ଯୋଗ ଦେବା ସହ ବିଭିନ୍ନ ସରକାରୀ କର୍ମଚାରୀ , ସହର ର ବୁଦ୍ଧିଜୀବୀ ଓ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ବୌଦ୍ଧ ବିଧାୟକ ବୌଦ୍ଧ ଜିଲ୍ଲାପାଳ ଏସିପି ସାଧାରଣ ଲୋକଙ୍କ ସହ ମିଶି ଯୋଗ କରିଥିଲେ ।
ବ୍ୟସ୍ତ ବହୁଳ ଜୀବନ ରେ ଯୋଗ କରିବା ନିହାତି ବୋଲି ବୌଦ୍ଧ ବିଧାୟକ କହିଥିଲେ। ପ୍ରତ୍ୟେକ ଦିନ ସକାଳୁ କିଛି ସମୟ ବାହାର କରି ଯୋଗ ପ୍ରାଣାୟାମ କରିବା ଦ୍ୱାରା ଶରୀର ରେ ହଉଥିବା ଅନେକ ରୋଗ ଦୂର ହେଇପାରିବ । ଯୋଗ ଦିବସ ଅବସରରେ ଯୋଗ ଶିକ୍ଷୟତ୍ରୀ ସୁନିତା ଦାସ ସମସ୍ତଙ୍କୁ ଯୋଗ ଅଭ୍ୟାସ କରେଇଥିଲେ। ପ୍ରତ୍ୟେକ ଦିନ ଶାରୀରିକ ବିଜ୍ଞାନ ଅନୁସାରେ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତି ପାଇଁ ସକାଳୁ ଯୋଗ କରିବା ଏହା ହଉଛି ଉଚିତ ସମୟ ।
ମନ ,ମସ୍ତିଷ୍କ ଓ ଆତ୍ମା ର ଉଚିତ ସନ୍ତୁଳନ ରଖିଥାଏ ଯୋଗ ବୋଲି ଜିଲ୍ଲାପାଳ କହିଥିଲେ । ସେଇଭଳି ଜିଲ୍ଲାର ହରଭଙ୍ଗା ବ୍ଲକ ରେ ମଧ୍ୟ ବ୍ଲକ ସ୍ତରୀୟ ଯୋଗ ଦିବସ ଚାରିଛକ ମାର୍କେଟ କମ୍ପ୍ଲେକ୍ସ ଠାରେ ପାଳିତ ହୋଇଯାଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଚେୟାରମ୍ୟାନ ସେହ୍ନଲତା ପ୍ରଧାନ , ସମ୍ମାନିତ ଅତିଥି ଭାବେ ହରଭଙ୍ଗା ବ୍ଲକ ବିଡ଼ିଓ ତହସିଲଦାର ବ୍ଲକ ଶିକ୍ଷାଧିକାରୀ ଓ ବାଣୀଭୁସଣପୁର ସରପଞ୍ଚ ଯୋଗ ଦେଇଥିବା ବେଳେ ବହୁ ସରକାରୀ କର୍ମଚାରୀ ଓ ସ୍କୁଲ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଯୋଗ ସରିବା ପରେ ଶିବିରରେ ଅଂଶଗ୍ରହଣ ସମସ୍ତ ଛାତ୍ରଛାତ୍ରୀ ଓ ଅଧିକାରୀ ଙ୍କୁ ଅତିଥି ଙ୍କ କରକମଳ ରେ ମାନପତ୍ର ପ୍ରଦାନ କରାଯାଇଥିଲା ।