ଧର୍ମଗଡ ଜାଗୃତି ଗୃହ-୨ ପରିସରରେ ମିଳିତ  ଯୋଗାଭ୍ୟାସ କଲେ ଅନ୍ତେବାସୀ।

ଧର୍ମଗଡ଼୨୧/୬( ହେମନ୍ତ କୁମାର ମାଝୀ)ଧର୍ମଗଡ ସ୍ଥିତ ଭାରତୀୟ ଆଦିମ ଜାତି ସେବା ସଂଘ ପରିଚାଳିତ ଜାଗୃତି ଗୃହ-୨ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗାଭ୍ୟାସ କରାଯାଇଥିଲା। ଜାଗୃତି ଗୃହରେ ରହୁଥିବା ୩୫ ଜଣ ଅନ୍ତେବାସୀ ମିଳିତ ଭାବେ ଯୋଗାଭ୍ୟାସ କରିଥଲେ। ଧର୍ମଗଡ ଜାଗୃତି ଗୃହର ପରିଚାଳିକା ନିବେଦିତା ପ୍ରଧାନ, ସଦସ୍ୟା ଗୀତା ପଟ୍ଟନାୟକ, ସହାୟକ କର୍ମଚାରୀ ସରସ୍ଵତୀ ନାଏକ, ବନ୍ଦନା ଗୋମାଣ୍ଡୋ, ସୁଭାଷନି ରାଉତ, ରୋଜାଲିନ ନାଏକ, ଖଦୀ ଭଣ୍ଡାର ପରିଚାଳକ ଦେବରାଜ ମହାନନ୍ଦ ଉକ୍ତ ଯୋଗାଭ୍ୟାସ ରେ ଯୋଗଦେଇ ଅନ୍ତେବାସୀ ମାନଙ୍କ ସହ ଯୋଗଭ୍ୟାସ କରିଥଲେ।

ଯୋଗ ଏକ ପ୍ରକ୍ରିୟା ଯାହା ଶରୀରକୁ ସୁସ୍ଥ ରଖେ ଓ ଏକାଗ୍ରତା ଆଣେ । ଯୋଗ ଏକ ସାଧନା ଓ ଏକ ଅମୃତମୟ ଜୀବନର ରାହା । ଯୋଗରୁ ସୁସ୍ଥତା ଓ ସାମର୍ଥ୍ୟ ମିଳେ । ଏହା ମନକୁ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରେ ବୋଲି ସଦସ୍ୟା ଗୀତା ପଟ୍ଟନାୟକ ଅନ୍ତେବାସୀ ମାନଙ୍କୁ ବୁଝାଇଥିଲେ।

ସୂଚନାଯୋଗ୍ୟ ଯେ,ଆଜି ସାରା ବିଶ୍ବରେ ଯୋଗଦିବସ ପାଳନ କରାଯାଉ ଥିବା ବେଳେ ଓଡ଼ିଶାର ଗାଁଠୁ ସହର, ସବୁଠି ଚାଲିଛି ଯୋଗାଭ୍ୟାସ । ଏହି ଅବସରରେ ଜାଗୃତି ଗୃହ -୨ର ଅନ୍ତେବାସିନୀ ମାନେ ଆଜି ସକାଳ ୫.୩୦ ମିନିଟ ସମୟରେ ମିଳିତ ଭାବେ ଯୋଗଭ୍ୟାସ କରିଛନ୍ତି।