ନବରଙ୍ଗପୁର : ( ବେଣୁ ଗୋପାଳ ରାଓ)ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ମୁଖ୍ୟ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ଯୋଗ ଦିବସରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ବର୍ତ୍ତମାନ ସମୟରେ ଉତ୍ତମ ସ୍ବାସ୍ଥ୍ୟ ଓ ସୁସ୍ଥ ଶରୀର ପାଇଁ ସାରା ବିଶ୍ବରେ ଯୋଗର ଗୁରୁତ୍ଵକୁ ଉପଲବ୍ଧି କରି ଭାରତର ଯଶଶ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନରେ ଆଜିର ଦିନକୁ ଜାତିସଂଘରେ ଆନ୍ତର୍ଜାତୀୟ ଯୋଗ ଦିବସ ଭାବରେ ଘୋଷଣା କରିବା ଏବଂ ଆମର ଦୈନନ୍ଦିନ ଜୀବନରେ ନିଜକୁ ଅଧିକ ଶାରୀରିକ ଓ ମାନସିକ ସୁସ୍ଥ ରଖିବା ପାଇଁ ଯୋଗର ଆବଶକ୍ୟତା ସଂପର୍କରେ ଆଲୋକପାତ କରିଥିଲେ । ଏଥିସହିତ ଯୋଗ ଶିବିର ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତ୍ୟେକ ଦିନ ଯୋଗ କରିବା ସହିତ ଯୋଗର ପ୍ରଚାର ପ୍ରସାର କରିବା ପାଇଁ ଶପଥ ପାଠ କରାଇଥିଲେ ।
ଏହି ଅବସରରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଯୋଗ ଶିବିରରେ ଉପସ୍ଥିତ ଥିବା ସମସ୍ତ ଅତିଥିବର୍ଗ, ଜିଲ୍ଲା ପ୍ରଶାସନର ବିଭିନ୍ନ କର୍ମକର୍ତ୍ତା, ସମାଜସେବୀ, ସାମ୍ବାଦିକ କାର୍ଯ୍ୟକର୍ତ୍ତା ଓ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇ ଅନ୍ତର୍ଜାତୀୟ ଯୋଗ ଦିବସର ମହତ୍ତ୍ଵ ସଂପର୍କରେ ଅବଗତ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରୋହିତ ବର୍ମା, ପ୍ରକଳ୍ପ ନିର୍ଦେଶକ ବିରଞ୍ଚି ନାରାୟଣ ଦରୱାନ, ଅତିରିକ୍ତ ଜିଲ୍ଲାପାଳ(ସଧାରଣ) ମହେଶ୍ୱର ଚଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)ନବୀନ ନାୟକ, ସୁଧାଂଶୁ ପାତ୍ର (DSSO),ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ପି. ରବୀନ୍ଦ୍ର,ରାଜୀବ ଲୋଚନ ସାହୁ(PAITA),ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ୍ ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଯୋଗ ପ୍ରଶିକ୍ଷଣ କରିଥିଲେ ।ସର୍ବୋପରି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଭାସ୍କର ନାଥ ବିଶ୍ଵାଳ ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନର ଆୟୋଜନ ଜିଲ୍ଲା ପ୍ରଶାସନ କରିଥିବାରୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ୍ ଦେବା ସହିତ ଯୋଗ ଶିବିରରେ ଉପସ୍ଥିତି ଥିବା ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ମହୋଦୟ, ଜିଲ୍ଲା ପ୍ରଶାସନ କର୍ମକର୍ତ୍ତା, ଛାତ୍ରଛାତ୍ରୀ,ସମାଜସେବୀ, ବୁଦ୍ଧିଜୀବୀ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷମାନଙ୍କୁ ଧନ୍ୟବାଦ ଦେଇଥିଲେ ।