କେସିଙ୍ଗା (ପ୍ରୀତେଶ ପଟେଲ)କୋରାନ୍ କାଳ ରୁ ଲୋକେ ଜାଣିଲେ ଯେ ସ୍ୱାସ୍ଥ୍ୟ ଶରିରୀ ହିଁ ଜୀବନ, କଥାରେ ଅଛି ସ୍ଵାସ୍ଥ୍ୟ ହିଁ ସମ୍ପଦ ଆଉ ଏହି ସମ୍ପଦକୁ ସାଇତି ରଖିବା ପାଇଁ ଯୋଗ ର ଆବଶ୍ୟକତା ରହିଛି ବୋଲି ସାଧାରଣରେ ବିଶ୍ବାସ ବଢ଼ିଚାଲିଛି।ଜୁନ ୨୧ ବିଶ୍ଵ ଯୋଗ ଦିବସ ଉପଲକ୍ଷେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହର ରେ ନୂତନ ଭାବେ ତିଆରି ହୋଇଥିବା ବିଜୁ ପଟ୍ଟନାୟକ ଖେଳ ଭବନ ପରିସରରେ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି ।
କେସିଙ୍ଗା ଏନ୍ ଏ ସି ଓ ବ୍ଲକ ର ମିଳିତ ସହଯୋଗରେ ରେ ଅନୁଷ୍ଟିତ ଉକ୍ତ ଯୋଗ ଦିବସ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ କେସିଙ୍ଗା ନଗର ପାଳ ନୃପ ରାଜ ଯାଦବ ଓ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଇ ମଣିଷ ଜୀବନରେ ଯୋଗ ର ଉପଯୋଗୀତା ବିଷୟରେ ଆଲୋଚନା କରିଥିଲେ।ଏଥିରେ ଅଞ୍ଚଳ ର ପ୍ରସିଦ୍ଧ ଯୋଗ ପ୍ରଶିକ୍ଷକ ଚିତ୍ତରଞ୍ଜନ ବଗର୍ତ୍ତି ଯୋଗଦେଇ ଶାରୀରିକ,ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗ ର ଉପଯୋଗୀତା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ କ୍ରିୟା,ପ୍ରାଣାୟାମ,ଧ୍ୟାନ,ସଂକଳ୍ପ , ସୂର୍ଯ୍ୟ ନମସ୍କାର ସମେତ ବିଭିନ୍ନ ଯୋଗ କ୍ରିୟା ଶିଖାଇଥିଲେ।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ବିଜେପି ନଗର ସଭାପତି ମଗନ ସିନ୍ଦୂର, ପିଙ୍କୁ ପରିଡ଼ା କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ,ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଣବ ଚାନ୍ଦ, ଏବିଡ଼ିଓ ସିଦ୍ଧେଶ୍ୱର ମେହେର,ଏନ୍ ଏ ସି ର ନୃସିଂହ ବେହେରା,ଆକୁଳ ନାଏକ, ଗଦାଧର ସିଂଦେଓ,ଅର୍ଜୁନ ନାଏକ ଙ୍କ ସମେତ ସହରର ପ୍ରାୟ ୪୦୦ ପୁରୁଷ ଓ ମହିଳା ଙ୍କ ସମେତ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ଥିଲେ।ଶେଷରେ ଯୋଗଦିବସ କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।ସେହିପରି ସହରର ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଥିବା ଜଣାପଡ଼ିଛି।