ଧର୍ମଗଡ଼:- (ହେମନ୍ତ କୁମାର ମାଝୀ) ଧର୍ମଗଡ଼ ଇଣ୍ଡେର ଷ୍ଟାଡିୟମ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ସକାଳ ୦୭ ଘଟିକାରୁ କ୍ରମାନ୍ୱୟରେ ପ୍ରାର୍ଥନା, ସୂକ୍ଷ୍ମ ବ୍ୟାୟାମ, ବ୍ୟାୟାମ, କ୍ରିୟା, ପ୍ରାଣାୟମ, ଧ୍ୟାନ ଆଦି ପରେ ଘ.୦୭.୪୫ ମି. ରେ ଶପଥ ପାଠ ହୋଇଥିଲା । ଯୋଗ ଦିବସ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ତର୍କ, ସଙ୍ଗୀତ, ଚିତ୍ରାଙ୍କନ ଓ ପ୍ରବନ୍ଧ ରଚନାରେ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଉକ୍ତ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ଧର୍ମଗଡ଼ର ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ ।
ଏହି ଅବସରରେ ଏନ୍ ,ଏ,ସି ଅଧ୍ୟକ୍ଷ ଅଶୋକ ମହାନ୍ତି, ବ୍ଳକ ଅଧ୍ୟକ୍ଷା ବଵିତା ପଟ୍ଟଯୋଷୀ, ରଞ୍ଜିତ ଲାଲ ପଣ୍ଡା, ଜନ୍ମେଜୟ ନାଏକ,ଅପ୍ରେସ ସ୍ଵାଇଁ,ମନିଦ୍ର ଭୂଷଣ ପାତ୍ର, ଡମ୍ବରୁ ଧର ଠାକୁର, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡ ନିୟମିତ ଯୋଗ ପ୍ରାଣାୟାମ କରିବା ଦ୍ଵାରା ଆମର ଦୋହ ସୁସ୍ଥ ରହିଵା ସହିତ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ବୋଲି ପୁଖାନୁ ପୁଖାନ ବୁଝାଇଥିଲେ। ଯୋଗ ପ୍ରାଣାୟାମ ରେ ଯୋଗ ଦେଇଥିବା ସମସ୍ତ ଲୋକ ଙ୍କୁ ଶିଶିର ମେହେର,ଓ ମୂରଲୀଧର ସାହୁ ତାଲିମ ଦେଇଥିଲେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ଏନ୍,ଏ,ସି, ଧର୍ମଗଡ଼ ପରିଚାଳନା କରିଥିଲେ