ବୌଦ୍ଧ -( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ କୋଇଲିସୂତା ଗ୍ରାମ ଛକ ଠାରେ ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି ଯାତ୍ରୀ ବିଶ୍ରାମା ଗାର l ବାରମ୍ବାର ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରଦୀପ କୁମାର ଅମାତ ଙ୍କୁ କଥିତ ଓ ଲିଖିତ ଆକାରରେ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ପଡି ରହିବା ଓ ବିଧାୟକ କଥା ଦେଇ କାର୍ଯ୍ୟ ପୂରଣ କରିନଥିବାରୁ ଆମକୁ ପୂର୍ବତନ ବିଧାୟକ ଠକି ଦେଇଛନ୍ତି ବୋଲି ଗ୍ରାମବାସୀ କ୍ଷଭୋ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି l

ଘଟଣା ଅନୁଯାଇ କୋଇଲିସୂତା ଛକ ଠାରେ ଏକ ଯାତ୍ରୀ ବିଶ୍ରାମା ଗାର ପାଇଁ ପୂର୍ବତନ ବିଧାୟକ ଙ୍କୁ ଗ୍ରାମବାସୀ ଅଭିଯୋଗ କରିବାରୁ 2017/18 ଆର୍ଥିକ ବର୍ଷ ରେ ବିଧାୟକ ପାଣ୍ଠି ରୁ 1ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା l ଉକ୍ତ ଟଙ୍କାରେ ଗ୍ରାମବାସୀ ଙ୍କ ଶ୍ରମ ଦାନ ସହିତ ଘରଟି ନିର୍ମାଣ କରାଯାଇ ଥିଲା l ମାତ୍ର ଅର୍ଥ ରାଶି କମ ହୋଇଥିବା ରୁ ଯାତ୍ରୀ ବିଶ୍ରାମା ଗାର ତାଜା ଲେବୁଲ ପର୍ଯ୍ୟନ୍ତ କାର୍ଯ୍ୟ ହୋଇ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଛି l

ଉକ୍ତ ସମସ୍ୟା ନେଇ ପୁଣି ବିଧାୟକ ଙ୍କୁ ଆଉ କିଛି ଅର୍ଥ ମଞ୍ଜୁର କରିବା ପାଇଁ ଗ୍ରାମବାସୀ ବହୁବାର କଥିତ ଓ ଲିଖିତ ଆକାରରେ ଅଭିଯୋଗ କରି ଥିଲେ l ବିଧାୟକ ମଧ୍ୟ ଅର୍ଥ ଯୋଗାଇବା ପାଇଁ ପ୍ରତିଶୃତି ଦେଇ ପରବର୍ତୀ ସମୟରେ ଅର୍ଥ ମଞ୍ଜୁର ନ କରି ଗ୍ରାମବାସୀ ଙ୍କୁ ଠକି ଦେଇଥିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ଅନ୍ୟ ପଟେ ନୂତନ ବିଧାୟକ ସରୋଜ କୁମାର ପ୍ରଧାନ ଉକ୍ତ ଘର ସମସ୍ୟା କୁ ତୁରନ୍ତ ସମାଧାନ କରିବେ ବୋଲି ଗ୍ରାମବାସୀ ଆଶା ପ୍ରକଟ କରିଛନ୍ତି l