ଧର୍ମଗଡ :୨୩/୬(ହେମନ୍ତ କୁମାର ମାଝୀ)ଗ୍ରାମାଞ୍ଚଳ ର ରାସ୍ତା ର ଉନ୍ନତିକରଣ ନିମନ୍ତେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ତେବେ ବିଭାଗୀୟ ଅଧିକାରୀ ଙ୍କ ଖାମଖିଆଲ ମନୋଭାବ ଓ ତଦାରଖ ଅଭାବ ରୁ ରାସ୍ତା ନିର୍ମାଣ ସରିବା ପୂର୍ବ ରୁ ରାସ୍ତା ଗୁଡ଼ିକ ର ଅବସ୍ଥା ପୁଣି ଥରେ ଶୋଚନୀୟ ହୋଈ ପଡୁଛି । ନିମ୍ନ ମାନର କାର୍ଯ୍ୟ ଯୋଗୁଁ ହାତ ରେ ଉଠାଇଲେ ରାସ୍ତା ରୁ ପିଚୁ ଉଠି ଯାଉଛି । ଏଭଳି ଅଭିଯୋଗ ହୋଇଛି ଗୋଲାମୁଣ୍ଡା ବ୍ଲକ ରେ ଏବେ ଏବେ ହୋଈ ଥିବା ଏକ ରାସ୍ତା କାମରେ ।

ଅଭିଯୋଗ ଅନୁଯାୟୀ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ରେ ବିଜୁ ଏକ୍ସପ୍ରେସ ରାସ୍ତା (ଯାଦବ ଢାବା) ଠାରୁ ବାବେଗୁଡା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ହେଉଛି । ୫ କିଲୋମିଟର  ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତା ନିର୍ମାଣ ପାଇଁ ବ୍ୟୟ ଅଟକଳ ୩୪୮.୯୩ ଲକ୍ଷ ଟଙ୍କା ରହିଥିବା ବେଳେ ୫ବର୍ଷ ରକ୍ଷଣା ବେକ୍ଷଣ ତତ୍ତ୍ଵାବଧାନ ପାଇ ଅଟକଳ ପରିମାଣ ୧୯.୫୮ ଲକ୍ଷ ରହିଛି । ଗତ ୨୦୨୩ ମସିହା ରେ ଆରମ୍ଭ ହୋଈ ଥିବା ଏହି କାର୍ଯ୍ୟ  ୧୭/୬/୨୪ ରିଖ ରେ ସମ୍ପୂର୍ଣ୍ଣ ହୋଇ ଥିବା ସୂଚନା ଫଳକ ରେ ଉଲ୍ଲେଖ ରହିଛି ।  ରଘୁନନ୍ଦନ ଅଗ୍ରୱାଲ ନାମକ ଜୈନିକ ‘ଏ’ ଶ୍ରେଣୀ ଠିକାଦାର ଏହାର ନିର୍ମାଣ କରୁଛନ୍ତି । ତେବେ ରାସ୍ତା କାମ ରେ ଠିକ୍ ପରିମାଣ ରେ ଏବଂ ଉନ୍ନତ ମାନର ପିଚୁ ବ୍ୟବହାର କରା ଯାଉଁ ନ ଥିବାରୁ ଏହାର ସ୍ଥାୟୀତ୍ବ ନେଇ ଲୋକେ ଙ୍କ ମଧ୍ଯ ରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି ।

ଲୋକେ ପିଚୁ ରାସ୍ତା କୁ ହାତ ରେ ଖୋଳି ଦେଲେ ରାସ୍ତା ରୁ ପିଚୁ ଫଡା ଫଡା ହୋଇ ଉଠି ଯାଉଛି। ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବର୍ଷା ଦିନେ ପିଚୁ କାମ ହେଉଥିବା ରୁ ଏପରି ହେଉଥିବା କୁହାଯାଉଛି । ସେହିପର ସୂଚନା ଫଳକ ରେ ରାସ୍ତା କାମ ୧୭ ତାରିଖ ରୁ ଶେଷ ହୋଈଥିବା ଦର୍ଶା ଯାଇ ଥିବା ବେଳେ ରାସ୍ତା ରେ ପିଚୁ କାମ ୨୦ତାରିଖ ରେ ହେଉଥିବା ଜିପିଏସ କ୍ୟାମେରା ରୁ ଜଣା ପଡୁଛି । ଖରା ସମୟ ରେ ପିଚୁ କାମ କରାଯିବା ପରିବର୍ତ୍ତେ ମୌସୁମୀ ବର୍ଷା ପହଞ୍ଚିଲା ପରେ ପିଚୁ କାମ କରା ଯାଉ ଥିବାରୁ ଏହାର ସ୍ଥାୟୀତ୍ବ ନେଇ ଗ୍ରାମ ବାସୀ ସନ୍ଦେହ ପ୍ରକାଶ କରିଛନ୍ତି।

ଏହା କୁ ନେଇ ଜଗନ୍ନାଥ ସେବା ସମିତି ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ନିମ୍ନ  ମାନର କାମର ତୁରନ୍ତ ଦାବି କରିଛନ୍ତି। ଏହା ନହେଲେ ଗ୍ରାମ ବାସୀ ଙ୍କ ସହ ବିଭାଗୀୟ କାର୍ଯ୍ୟାଳୟକୁ ଘେରାଉ କରାଯିବ ଵୋଳି ଚେତାବନୀ ଦେଇଛନ୍ତି। ଏସମ୍ପର୍କରେ ଵିଭାଵଗିୟ ସରକାରୀ ନିର୍ବାହୀ ଅଧିକାରୀ ଯନ୍ତ୍ରୀ ରାଜେନ୍ଦ୍ର ମାଝୀ ଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ହେଁ ତାଙ୍କ ସହିତ ଯୋଗାଯୋଗ ହୋଇପାରିନଥିଲା।