ମୁନିଗୁଡା : (ରମାକାନ୍ତ ପୋଡ଼ାଲ)ଡ. ଶ୍ୟାମା ସୁନ୍ଦର ପ୍ରସାଦ ମୁଖାର୍ଜୀଙ୍କ ୭୨ତମ ବଳିଦାନ ଉତ୍ସବରେ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ସହ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ବ୍ଲକ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଆମ୍ବାଦଳା କଲ୍ୟାଣୀ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ମୁନିଗୁଡା ବ୍ଲକ ବିଜେପି ବରିଷ୍ଠ ନେତା ମୀନକେତନ ଷଡଙ୍ଗୀ ଓ ଯୁବ ବିଜେପି ନେତା ଭିକାରୀ ନାହାକଙ୍କ ତତ୍ତ୍ଵବଧାନରେ ମୁନିଗୁଡା ବ୍ଲକର ବିଭିନ୍ନ ସ୍ଥାନରୁ ବିଜେପି କର୍ମୀ ମାନେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରୁ ପ୍ରଥମେ ପଞ୍ଚମୁଖୀ ହନୁମାନ ବାଟିକା ପରିସରରେ ବୃକ୍ଷ ରୋପଣ କରାଯାଇଥିଲା।
ପରେ କଲ୍ୟାଣୀ ମଣ୍ଡପ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଲୋକସଭା ପ୍ରାର୍ଥୀ କାଲିରାମ୍ ମାଝୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମୁନିଗୁଡା ବ୍ଲକ ପୂର୍ବତନ ଚେୟାରମାନ ତଥା ବରିଷ୍ଠ ବିଜେପି ନେତା ମୀନ କେତନ ଷଡ଼ଙ୍ଗୀ , ବିଷମ କଟକ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡୁରୁକା , ଅମ୍ବାଦଳା ମଣ୍ଡଳ ସଭାପତି ଗୌର ମହାନ୍ତି , ରାଜ୍ୟ ବିଜେପି ଓବିଶି ମୋର୍ଚ୍ଚା ଉପ ସଭାପତି ରାମ ଚନ୍ଦ୍ର ବେହେରା , ପୂର୍ବତନ ସରପଂଚ ପାତ୍ରଗୁଡା ଶ୍ୟାମ ପାତ୍ର, କଳନରା ବ୍ଲକ ଭାଇସ୍ ପ୍ରେସିଡେଣ୍ଟ ହଳଧର ହିମରିକା, ପୂର୍ବତନ ବିଧାୟକ ପ୍ରାର୍ଥୀ ଯୋଗଦେଇଥିଲେ।
ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବନିତ କରାଯାଇଥିଲା।କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ସ୍ଥାନରୁ ଆସିଥିବା ବିଜେପି କର୍ମୀ ମାନଙ୍କୁ ନେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ ଅତିଥି ମାନେ ପଞ୍ଚାୟତ ନିର୍ବାଚନରେ କିପରି ନିଜର ଶକ୍ତି ପ୍ରଦର୍ଶନ କରିବେ ସେ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ପୂର୍ବତନ ବିଜେପି ସାଧାରଣ ସମ୍ପାଦକ ରମେଶ ସାମନ୍ତ ପରିଚାଳନା କରିଥିବା ବେଳେ ଭିକାରୀ ନାହାକ ଧନ୍ୟବାଦ୍ ଅର୍ପଣ କରିଥିଲେ।