ହରଭଙ୍ଗା – ( ଚିତ୍ତରଞ୍ଜନ ସିଂହ ) ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । BPC ସେକ୍ସନରେ ଅଗ୍ନିକାଣ୍ଡ । ଜଳି ଗଲା ଶହ ଶହ ଫାଇଲ ଓ ଆସବାବପତ୍ର । ବ୍ଲକର କେହି ଅସାଧୁ କର୍ମଚାରୀ ନିଆଁ ଲଗାଇ ଦେଇଥିବା ସନ୍ଦେହ । ଆବାସ ଦୁର୍ନୀତି ପେଡି ଖୋଲିଯିବା ଭୟରେ ନିଆଁ ଲଗାଯାଇଥିବା ନେଇ ଚର୍ଚ୍ଚା । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୯ ଟାରେ ବ୍ଲକ କାର୍ଯ୍ୟାଳୟର BPC ସେକ୍ସନରେ ନିଆଁ ଲାଗିଥିବା ନେଇ ବିଭାଗୀୟ କର୍ମଚାରୀ ଦେଖିବା ପରେ ପ୍ରଥମେ ଅଗ୍ନିଶମ ବହିନୀ ଓ ବିଡ଼ିଓଙ୍କୁ ଜଣାଇଥିଲେ।
ଖବର ପାଇ ଦମକଳ ବହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଶହ ଶହ ଜରୁରୀ ଫାଇଲ ଓ କମ୍ପ୍ୟୁଟର ସମେତ ବହୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଥିଲା । ବିଡ଼ିଓ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମୀକ୍ଷା କରିବା ସହିତ ଏହାର ତଦନ୍ତ ଉପଜିଲ୍ଲାପାଳ କରିବେ ବୋଲି କହିଛନ୍ତି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିଲେ ବି ଏହା କୌଣସି ଅସାଧୁ କର୍ମଚାରୀ ନିଆଁ ଲଗାଇଥିବା ନେଇ ଚର୍ଚା ହେଉଥିବା ବେଳେ ଆବାସ ଦୁର୍ନୀତି ପେଡି କୁ ଲୁଚାଇବା ପାଇଁ ଏଭଳି କାଣ୍ଡ ଭିଆଇବା ଅନୁମେୟ । ତେବେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ।