ହରଭଙ୍ଗା ୨୪/୦୬ (ଚିତ୍ତ ରଞ୍ଜନ ସିଂ ) ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଡ. ଶ୍ୟାମ। ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ମହାସମାରୋହରେ
ଜିଲ୍ଲା ବିଜେପି କାର୍ଯ୍ୟାଳୟ ରାମେଶ୍ବର ବିହାର ଠାରେ ଓ ସମସ୍ତ ମଣ୍ଡଳ ଓ ଶକ୍ତି କେନ୍ଦ୍ର ମାନଙ୍କରେ ପାଳନ କରାଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ଜିଲ୍ଲା ସ୍ତରୀୟ ବଳିଦାନ ଦିବସ ପାଳିତ ହୋଇଥିଲା।

ଆଜିର କାର୍ଯ୍ୟକ୍ରମ ରେ ପ୍ରଥମେ ସମସ୍ତ ବିଜେପି ନେତୃବୃନ୍ଦ ଡ଼. ମୁଖାର୍ଜୀ ଙ୍କ ଫୋଟୋ ଚିତ୍ର ରେପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ଦୀପ ପ୍ରଜ୍ବଳନ କରାଯାଇଥିଲା।ସଭାପତି ଙ୍କ ସହିତ ଅନ୍ୟାନ୍ୟ ଅତିଥି ମାନେ ତାଙ୍କ ଅଭିଭାଷଣ ରେ ଡ.ମୁଖାର୍ଜୀ ଙ୍କ ଜୀବନୀ ଉପରେ, ପର୍ଯ୍ୟବେଶିତ ଜାତୀୟତାବାଦର ଉଦଘୋଷକ ଓ ପ୍ରଖର ବିଦ୍ୱାନ ରୂପେ ବର୍ଣ୍ଣନା କରିବା ସହିତ, ସେ କିପରି ଦେଶର ଏକତା ଓ ଅଖଣ୍ଡତା ପାଇଁ , ଏକ ଦେଶ ମେ ଦୋ ବିଧାନ, ଦୋ ନିଶାନ , ନହିଁ ଚଲେଗ। ” ର ସ୍ଲୋଗାନ ଦେଇ ୧୯୫୩ ମସିହାରେ ଡ.ମୁଖାର୍ଜୀ କାଶ୍ମୀର ରେ ପ୍ରବେଶ କରି ଥିଲେ ଓ ତାଙ୍କ ର ରହସ୍ୟ ମୟ ମୃତ୍ୟୁ୧୯୫୩ ମସିହା ଜୁନ ୨୩ ତାରିଖ ଦିନ ଜେଲ ରେ ରହସ୍ୟ ମୟ ପରିସ୍ଥିତି ରେ ତାଙ୍କ ର ମୃତ୍ୟୁ ଘଟିଥିଲା ସେସବୁକୁ ବର୍ଣ୍ଣନା କରିଥିଲେ ।

ଆଜିର ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ ମା” ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ” ବୌଦ୍ଧ ମହାନଦୀ କୂଳ ଜଳେଶ୍ଵର ମନ୍ଦିର ପାଖର ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇ ଏହାର ଶୁଭ ଉଦ୍ଘାଟନ କରା ଯାଇ ଥିଲା ଓ ଏହି କାର୍ଯ୍ୟକ୍ରମ ଜୁନ ୨୩ ଠାରୁ ୬ ଜୁଲାଇ ପର୍ଯ୍ୟନ୍ତମଣ୍ଡଳ , ଶକ୍ତି କେନ୍ଦ୍ର ସ୍ତରରେ କରିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇ ଅଛି ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ଙ୍କ ସହିତ ଜିଲ୍ଲା ବିଜେପି ଉପସଭାପତି ଶ୍ୟାମ ସୁନ୍ଦର ପୁରୋହିତ, ଜିଲ୍ଲା ବିଜେପି ସାଧାରଣ ସଂପାଦକ ଶ୍ରୀ ତାପସ କୁମାର ପଟ୍ଟନାୟକ, ଶ୍ରୀ ପ୍ରେମାନନ୍ଦ ମିଶ୍ର ଙ୍କ ସହିତ ପୂର୍ବତନ ଜିଲ୍ଲା ବିଜେପି ସଭାପତି ଶ୍ରୀ ମନ ରଞ୍ଜନ ଦାସ, ଶ୍ରୀ ମାଗୁଣି ଗାଈ ଗୌରିଆ , ଶ୍ରୀମତୀ ନମିତା ରାଣୀ ଦାସ, ଶ୍ରୀ ନିରଞ୍ଜନ ଦାନୀ , ରାଜ କୁମାର ମେହେର, ବାମନ ବାରିକ, ଶମ୍ଭୁ ପ୍ରଧାନ, ବିଶି କେସନ୍ ପ୍ରଧାନ , ବିଶି କେଶନ୍ ମେହେର , ନବୀନ ହୋତା , ବଂଶୀ ଧର ନାୟକ ,ପ୍ରଭୁତି ବହୁ କର୍ମକର୍ତ୍ତା ପ୍ରମୁଖ ଯୋଗଦାନ୍ କରି ଥିଲେ ।ଉପୋରକ୍ତ ଦୁଇଟି କାର୍ଯ୍ୟକ୍ରମ ଆଜି ଜିଲ୍ଲା ର ସମସ୍ତ ମଣ୍ଡଳ ଓ ଶକ୍ତି କେନ୍ଦ୍ର ସ୍ତରରେ ଏକ ସଙ୍ଗେ ପାଳନ କରାଯାଇଅଛି