ହରଭଙ୍ଗା :୨୫/୦୬(ଚିତ୍ତରଞ୍ଜନ ସିଂ )ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ନବନିର୍ବାଚିତ ବିଧାୟକ ସରୋଜ ପ୍ରଧାନ ଏବେ ନିଜ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଅଞ୍ଚଳ କୁ ଅଚାନକ ଗ୍ରସ୍ତ କରି ଜନସାଧାରଣଙ୍କ ସମସ୍ୟା ବୁଝୁଛନ୍ତି ଓ ସମାଧାନ କରୁଛନ୍ତି । ଏହି କ୍ରମ ରେ ଆଜି ବିଧାୟକ ରାମଗଡ଼ ଗ୍ରାମ ପଂଚାୟତ କୁ ଗ୍ରସ୍ତ କରିଥିବା ବେଳେ ପ୍ରଥମେ ଗ୍ରାମର ଇଷ୍ଟଦେବି ମା ବୁଢ଼ୀବାଉରୀ ଙ୍କୁ ଦର୍ଶନ କରି ଗ୍ରାମବାସୀ ଙ୍କ ସମସ୍ୟା ବୁଝିବା ସହ ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଇ ସରପଞ୍ଚ ଙ୍କ ସହିତ ପଞ୍ଚାୟତ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l

ପରେ ରାମଗଡ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ସ୍କୁଲ୍ ର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଆଲୋଚନା କରିଥିଲେ। ପରେ ମଧ୍ୟାହ୍ନ ଭୋଜନ ସମୟ ହୋଇଥିବାରୁ ସ୍କୁଲ ରେ ପ୍ରସ୍ତୁତ ହୋଇଥିବା ମଧ୍ୟାହ୍ନ ଭୋଜନ ମାନ ଯାଞ୍ଚ କରିବା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପରସିଲେ । ଯାହାକୁ ନେଇ ଉଭୟ ବିଧାୟକ ଓ ଛାତ୍ରଛାତ୍ରୀ ଖୁସି ବ୍ୟକ୍ତ କରିଥିଲେ ।ତାପରେ କୋଇଲିସୂତା ଓ ମହିବାହାଲ ଗ୍ରାମ କୁ ଯାଇ ମୌଳିକ ସମସ୍ୟା ପଚାରି ବୁଝିବା ସହ ଚାଷୀ, ଜଳ, ଶିକ୍ଷା, ସ୍ୱାସ୍ଥ୍ୟ କୁ ପ୍ରଥମେ ଗୁରୁତ୍ୱ ଦିଆଯିବ ଓ ମେଗା ପ୍ରକଳ୍ପ ଏବଂ ଗାନ୍ଧୀ କେନାଲ କାର୍ଯ୍ୟକାରୀ ହେବ ବୋଲି ବିଧାୟକ ସାଧାରଣ ଜନତାଙ୍କ ପ୍ରତିଶୃତି ଦେଇଥିଲେ l