ହରଭଙ୍ଗା; ୨୫/୦୬ (ଚିତ୍ତ ରଞ୍ଜନ ସିଂ ) ଆଜି ରାଜ୍ୟ ବିଜେପି ସଭାପତି ଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ବିଜେପି ତରଫରୁ ବୌଦ୍ଧ ଜିଲ୍ଲା ର ଦୁଇଗୋଟି ବିଧାନସଭା ଅନ୍ତର୍ଗତ ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ର ” କଳା ଦିବସ” ପାଳନ କରାଯାଇଥିଲା ଜିଲ୍ଲା ବିଜେପି କାର୍ଯ୍ୟାଳୟ ରାମେଶ୍ବର ବିହାର ଠାରେ ବୌଦ୍ଧ ବିଧାନ ସଭା ଓ କଣ୍ଟାମାଳ ବିଧାନସଭା ର କଣ୍ଟାମାଳ କଲ୍ୟାଣ ମଣ୍ଡପ ଠାରେ ।ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ର “କଳାଦିବସ” ଜିଲ୍ଲା ବିଜେପି କାର୍ଯ୍ୟାଳୟ ରାମେଶ୍ବର ବିହାର ଠାରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ସଭାପତି ତ୍ୱରେ ଅନୁଷ୍ଟିତ ହୋଇଥିଲା।
ପୂର୍ବତନ ପ୍ରଧାନ ମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ ମାସ ୨୫ ତାରିଖରେ ସାରା ଭାରତବର୍ଷ ରେ ଜରୁରୀକାଳୀନ ପରିସ୍ଥିତି ଜାରି କରି ଦେଶର ଗଣତନ୍ତ୍ର କୁ ହତ୍ୟାକରି ଥିଲେ। ଦେଶର ସମସ୍ତ ବିରୋଧୀ ଦଳର ନେତାମାନ ଙ୍କୁ ବେଆଇନ ଭାବେ ବିଭିନ୍ନ କାରାଗାରରେ ଭର୍ତ୍ତି କରିଥିଲେ ।କଂଗ୍ରେସ ର ଏହି ଗଣତନ୍ତ୍ର ବିରୋଧୀ ନିଷ୍ପତି ପ୍ରତିବାଦ ରେ ଆଜି ଏହି ଦିନଟିକୁ ବିଜେପି ରାଜ୍ୟବ୍ୟାପୀ ” କଳା ଦିବସ ଭାବେ” ସମସ୍ତ ନିର୍ବାଚନ ମଣ୍ଡଳୀରେ ପାଳନ କରିଅଛି।ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ଶ୍ରୀ ଶ୍ୟାମ ସୁନ୍ଦର ପୁରୋହିତ ଜିଲ୍ଲା ବିଜେପି ଉପସଭାପତି ଓ ଶ୍ରୀ ମନ ରଞ୍ଜନ ଦାସ ପୂର୍ବତନ ଜିଲ୍ଲା ବିଜେପି ସଭାପତି , ମୁଖ୍ୟ ବକ୍ତା ଭାବେ ଯୋଗଦାନ୍ କରି ଉପସ୍ଥିତ କାର୍ଯ୍ୟ କର୍ତ୍ତା ମାନଙ୍କୁ ଆଜିର କଳା ଦିବସ ପାଳନ କାହିଁକି କରା ଯାଇଛି ସେ ବିଷୟ କୁ ନେଇ ସେତେବେଳେ ଗଣତନ୍ତ୍ର କୁ କିପରି ହତ୍ୟାକରି ବା ସହିତ ଲୋକଙ୍କ ର ସମ୍ବିଧାନ ର ମୌଳିକ ଅଧିକାର କୁ କିପରି ଛଡ଼ାଇ ନେଇଥିଲେ ସେସବୁ ଉପରେ ତାଙ୍କର ଅଭିଭାଷଣ ମାନ ପ୍ରଦାନ କରିଥିଲେ।
ବୌଦ୍ଧ ଜିଲ୍ଲା ର ଦୁଇଜଣ ସଂଗ୍ରାମୀ ସର୍ବଶ୍ରୀ ସଚିଦାନନ୍ଦ ଦଲାଲ ଓ ଶ୍ରୀ ,ଦୂତୀଆ ସାହୁ ଙ୍କୁ ୧୫ ମାସ ଜେଲ ରେ ଜରୁରୀ କାଳୀନ ସମୟ ଭିତରେ ,ବନ୍ଦୀ କରିଥିବା ଯୋଗୁଁ ଆଜି ସେମାନଙ୍କୁ ବିଜେପି ତରଫରୁ ସମ୍ମାନିତ କରାଯାଇଥିଲା।ଆଜିର ଏହି କଳା ଦିବସ ପାଳନ ଅବସରରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ସହିତ ସର୍ଵଶ୍ରି ତାପସ କୁମାର ପଟ୍ଟନାୟକ, ଶ୍ୟାମ ସୁନ୍ଦର ପୁରୋହିତ, ପ୍ରେମାନନ୍ଦ ମିଶ୍ର, ମନୋରଞ୍ଜନ ଦାସ, ଶ୍ରୀମତୀ ନାମିତ।ରାଣୀ ଦାସ, ନିରଞ୍ଜନ ଦାନୀ,ରାଜକୁମାର ମେହେର,ବଳରାମ ବାଘ, ବିଶି କେସନ ପ୍ରଧାନ,ବଂଶୀଧର ନାୟକ,ବିଶି କେଷଣ ମେହେର,ଶ୍ରୀକାନ୍ତ ଦନ୍ତା ,ବ୍ୟୋମକେଶ ମହାପାତ୍ର , ନବୀନ ହୋତା ,ପ୍ରଭୁତି ବହୁ କର୍ମକର୍ତ୍ତା ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।