ଯଥାଶୀଘ୍ର ତଳ ମୁଣ୍ଡକୁ ପାଣି ଜିବlନେଇ ଦେଲେ ପ୍ରତିଶୃତି
ହରଭଙ୍ଗା :୨୬/୦୬ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଏବେ ଆକସନ ମୋଡ଼ ରେ ଥିବା ବେଳେ ଅଚାନକ ନିର୍ବାଚନ ମଣ୍ଡଳୀର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାଣି, ରାସ୍ତା ସମସ୍ୟା ନେଇ ବିଭାଗୀୟ ଅଧିକାରୀ ଓ ଜନ ସାଧାରଣ ଙ୍କ ସହିତ ସିଧା ସଳଖ ଆଲୋଚନା କରୁଥିବାର ଦେଖିବାକୁ ମିଳିଛି l ସେହି କ୍ରମରେ ଗତକାଲି ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ଗସ୍ତ ରେ ଯାଇଥିବା ସମୟରେ ବହୁ ଦିନରୁ ଗାନ୍ଧୀ କେନାଲ ସମସ୍ୟା ଥିବା ନେଇ ଚାଷୀ ବିଧାୟକ ଙ୍କୁ ଅଭିଯୋଗ କରିଥିଲେ l ସଙ୍ଗେ ସଙ୍ଗେ ବିଧାୟକ ମହିବାହାଲ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅପରାହ୍ନ ସମୟରେ ଚାଷୀ ଙ୍କୁ ନେଇ ଏକ ଜରୁରୀ କାଳୀନ ବୈଠକ କରିଥିଲେ l
ବୈଠକ ରେ ଗାନ୍ଧି କେନାଲ ର ତଳ ମୁଣ୍ଡ କୁ ପାଣି ଆସୁନଥିବା, ରକ୍ଷଣା ବେକ୍ଷଣ ଅଭାବରୁ କେନାଲ ପୋତି ହୋଇଥିବା ଓ ନୂତନ ପାଣି ପଞ୍ଚାୟତ ଗଠନ ଦିଗରେ ଆଲୋଚନା ହୋଇଥିଲା l
ଉକ୍ତ ସମସ୍ୟାର ସମାଧାନ ଦିଗରେ ଦରଦୀ ବିଧାୟକ ଶ୍ରୀ ପ୍ରଧାନ କ୍ଷୁଦ୍ର ଜଳ ସେଚନ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଯଥାଶୀଘ୍ର ବର୍ଷା ପୂର୍ବରୁ ସମସ୍ୟାର ସମାଧାନ ପାଇଁ ଚେତାବନୀ ଦେବା ସହିତ ଖୁବ ଶୀଘ୍ର ଚଳିତ ବର୍ଷ ଚାଷ କାର୍ଯ୍ୟରେ ତଳ ମୁଣ୍ଡ କୁ ପାଣି ଆସିବ ଓ ଚାଷୀ କାର୍ଯ୍ୟ ରେ କେନାଲ ର ପାଣି ବାଧକ ସାଜିବ ନାହିଁ ବୋଲି ଚାଷୀଙ୍କୁ ପ୍ରତିଶୃତି ଦେବା ସହିତ ଆଗାମୀ ଦିନରେ ନୂତନ ପାଣି ପଞ୍ଚାୟତ ଗଠନ ଓ କେନାଲ ର ସ୍ଥାୟୀ କାର୍ଯ୍ୟ କରାଯିବ ବୋଲି ମତ ରଖିଥିଲେ l ଉକ୍ତ ବୈଠକ ରେ ରାମଗଡ ପଞ୍ଚାୟତ ର ରାମଗଡ,କୋଇଲିସୂତା, ମହିବାହାଲ, ଠେଲା ମରୁଣୀ, ତିଲେଶ୍ୱର ପଞ୍ଚାୟତ ର ତାକୁଡ଼, ମୂଷାଡ଼, କୁଟୁନିଆ ପଡା, ଛେଳିଲେଣ୍ଡି ଆଦି ଗ୍ରାମର ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ l