କେସିଙ୍ଗା: ୨୬/୦୬ (ପ୍ରୀତେଶ ପଟେଲ )କଳାହାଣ୍ଡି ଜିଲ୍ଲାର ପ୍ରମୁଖ ରେଳଷ୍ଟେସନ କେସିଙ୍ଗା ରେଳ ଷ୍ଟେସନ କୁ ରେଳ ବିଭାଗ ର ଉଚ୍ଚ ପଦସ୍ଥ ଅଧିକାରୀ ତଥା ଜି ଏମ ପରମେଶ୍ବର ଫୁଙ୍କୱାଲ ଓ ଡି ଆଇ ଏମ୍ ସମ୍ବଲପୁର ଡିଭିଜନ ତୁଷାରକାନ୍ତ ପାଣ୍ଡେ ପରିଦର୍ଶନ ରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଠାରେ ପ୍ରକାଶ ଥାଉ କି କେସିଙ୍ଗା ରେଳ ଷ୍ଟେସନ କୁ କେନ୍ଦ୍ର ସରକାର ଙ୍କ ଅମୃତ ଷ୍ଟେସନ ଯୋଜନାରେ ସାମିଲ କରିଥିବାରୁ କାମ ଜୋର୍ ସୋର୍ ରେ ଆଗେଇ ଚାଲିଥିବା ବେଳେ ରେଳ ବିଭାଗ ଜି ଏମ ଙ୍କ ପରିଦର୍ଶନ ନିହାତି ଭାବେ ସ୍ଵାଗତ ଯୋଗ୍ୟ ପଦକ୍ଷେପ।
ଏହି ପରିପେକ୍ଷି ରେ କଳାହାଣ୍ଡି ସାଂସଦ ଶ୍ରୀ ମାଳବିକା ସିଂ ଦେଓ ନିଜେ ଦିଲ୍ଲୀ ରେ ରେଲ ମିନିଷ୍ଟର ଶ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କୁ ଭେଟି କଳାହାଣ୍ଡି ର ସମସ୍ଯା ବିଷୟ ରେ ଅବଗତ କରିଥିଲେ ଓ କେସିଙ୍ଗା ବିଜେପି ପକ୍ଷରୁ ଜି ଏମ ମହୋଦୟ ଙ୍କୁ ସାକ୍ଷାତ କରି କେସିଙ୍ଗା ରେଳ ଷ୍ଟେସନ ରେ ଥିବା ବିଭିନ୍ନ ସମସ୍ୟା ଯଥା କେସିଙ୍ଗା ରୁ ଭୁବନେଶ୍ଵର ପାଇଁ ସିଧାସଳଖ ଟ୍ରେନ ବ୍ୟବସ୍ଥା ,ଟିଟଲାଗଡ ପର୍ଯ୍ୟନ୍ତ ଆସୁଥିବା ଇସ୍ପାତ ଟ୍ରେନ କୁ କେସିଙ୍ଗା ପର୍ଯ୍ୟନ୍ତ ନହେଲେ ରାୟଗଡ଼ା ପର୍ଯ୍ୟନ୍ତ ସମ୍ପ୍ରସାରଣ ସହିତ କେସିଙ୍ଗା ରେଳ ଷ୍ଟେସନ ରେ ଥିବା ଚାରି ନମ୍ୱର୍ ପ୍ଲାଟଫର୍ମ ରେ ରେଳ ଗାଡ଼ିର ଯାତାୟାତ ସେହିପରି ଆହୁରି ଅନେକ ଛୋଟ ବଡ଼ ସମସ୍ୟା ଉପରେ ଜି ଏମ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ଏଥିରେ ସାଂସଦ ପ୍ରତିନିଧି ରାକେଶ ଜୈନ୍ ,ଅନିଲ କୁମାର ନନ୍ଦ,ବିଜେପି ଟାଉନ ସଭାପତି ମଗନ ସିନ୍ଦୂର,ସଞ୍ଜୟ ଜୈନ୍,ସୁନିଲ ଜୈନ୍,ଧରଣୀଧର ନାଏକ,ସତ୍ୟବ୍ରତ ଦାସ,ପିଙ୍କୁ ପରିଡ଼ା,ପ୍ରିତେସ ପଟେଲ, ବିମଲ ବାଗ ପ୍ରମୁଖ ଉପସ୍ଥିତ ଥିଲେ।