ହରଭଙ୍ଗା ୨୭/୬(ଚିତ୍ତ ରଞ୍ଜନ ସିଂ ):- ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ଶ୍ରମବିଭାଗ ତରଫରୁ ଆୟୋଜିତ ଏହି ରଥକୁ ମୁଖ୍ୟଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ର ସବୁଜପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶ୍ରମ ଅଧିକାରୀ ସୁଶାନ୍ତ କୁମାର ପାଇକରାୟ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ, ସହକାରୀ ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ, ଜ୍ୟୋତି ରଞ୍ଜନ ବାରିକଙ୍କ ସମେତ ଶ୍ରମକାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ସଚେତନ ରଥ ବୌଦ୍ଧଜିଲ୍ଲାର ତିନୋଟି ବ୍ଲକ ଓ ବୌଦ୍ଧ ଏନଏସିରେ ବୁଲି ଲୋକଙ୍କୁ ସଚେତନ କରାଇବ ।
୧୪ ବର୍ଷରୁ କମ୍ ବୟସ ପିଲାମାନଙ୍କୁ କୌଣସି କାମରେ ନିୟୋଜିତ ନକରିବା, ୧୫ ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦଶଙ୍କୁଳ କାମରେ ନଲଗାଇବାକୁ ପରାମର୍ଶ ଦିଆଯାଇଛି । ଯଦି କେହି ଏପରି କାର୍ଯ୍ୟକରନ୍ତି ତାହାଲେ ୫୦ ହଜାର ଟଙ୍କା ଜୋରିମାନା ଜେଲ୍ ମଧ୍ୟ ଯିବାକୁ ପଡିବ ବୋଲି ସଚେତନତା ବାର୍ତ୍ତାରେ ଉଲ୍ଲେଖ କରାଯାଇଛି ।