ମୁନିଗୁଡା : (ରମାକାନ୍ତ ପୋଡାଲ)ଗତ ସାଧାରଣ ନିର୍ବାଚନରେ ରାୟଗଡ଼ା ଜିଲ୍ଲାରେ କଂଗ୍ରେସର ବିପୁଳ ବିଜୟ ସମସ୍ତ ରାଜନୈତିକ ସମୀକ୍ଷକଙ୍କୁ ଚକିତ କରିଦେଇଥିଲା।ଏହି କ୍ରମରେ ବିଷମକଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଶ୍ରୀଯୁକ୍ତ ନୀଳମାଧବ ହିକକା ତାଙ୍କ ନିକଟତମ ବିଜେଡି ଦଳ ପ୍ରତିଦ୍ବନ୍ଦୀ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ନିର୍ବାଚନରେ ହରାଇ ବିଜୟଲାଭ କରିଥିଲେ।

ଆଜି ମୁନିଗୁଡ଼ା ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାର ଓ ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ତଥା ସାଂସଦ ପ୍ରତିନିଧି ମାନସ ବେହେରା ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାରଙ୍କ ନେତୃତ୍ୱରେ ବିଧାୟକ ଶ୍ରୀଯୁକ୍ତ ହିକଜା ମୁନିଗୁଡ଼ା କନ୍ୟକା ପରମେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ସାରିବା ପରେ ଶହଶହ କଂଗ୍ରେସ କର୍ମୀ ମାନଙ୍କ ସହ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ।

ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ସମର୍ଥକ ବିଧାୟକ ଶ୍ରୀଯୁକ୍ତ ହିକକାଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଇଥିଲେ।ପରେ କଲ୍ୟାଣ ମଣ୍ଡପ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।କଂଗ୍ରେସ ଦଳର ଯୁବ ନେତା ରଜନୀ ପୋଡାଲ, ବାଦଲ ବେହେରା, ଦିନେଶ ନାୟକ, ଦକ୍ଷ କରକରିଆ, ବଶିଷ୍ଠ କଂଗ୍ରେସ ନେତା ରାମ ପ୍ରକାଶ କରକରିଆ,ରମେଶ ପାଲକା ପ୍ରମୁଖ ଦଳୀୟ ନେତା ପରିଚାଳନାରେ ସହଯୋଗ କରିଥିବା ବେଳେ ଶତାଧିକ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ରହି ନବ ନିର୍ବାଚିତ ବିଧାୟକଙ୍କୁ ସ୍ବାଗତ କରିଥିଲେ।