ଧର୍ମଗଡ଼ ତା ୨୮/୬/୨୪ (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ଆଜି ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଅଚାନକ ପରିଦର୍ଶନ କରିଥିଲେ। ଏହି ସମୟରେ ଡାକ୍ତରଖାନା ଓପିଟି ଓ ବିଭିନ୍ନ ଓ୍ୱାଡ ମାନଙ୍କୁ ବୁଲି ଦେଖିଥିଲେ ସେ ପରିଦର୍ଶନ ସମୟରେ ଡାକ୍ତରଖାନା ର ବିଭିନ୍ନ ସମସ୍ୟା ଉପରେ ରୋଗୀ ସ୍ଥାନୀୟ ଲୋକ ମାନଙ୍କ ଅଭିଯୋଗ ଶୁଣିଥିଲେ ରୋଗୀମାନଙ୍କୁ ଉପଯୁକ୍ତ ସେବା ସହିତ ବ୍ୟବହାର ଦେବାକୁ ଉପସ୍ଥିତ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ଓ ଡାକ୍ତରଖାନା କର୍ମଚାରୀ ମାନଙ୍କୁ ତାଗିତ କରିଥିଲେ ବିଗତ ଦିନରେ ବିନା ରେଜୁଲେଶନ ରେ କାମରେ ଆସୁଥିବା ମେଡିକାଲ ଗୃହକୁ ପୂର୍ତ୍ତ ବିଭାଗ ପକ୍ଷରୁ ଭଙ୍ଗାଯାଇ ଠିକାଦାର ପୋଷିବା ପାଇଁ ନୂତନ କୋଠା କରାଯାଇ ସରକାରୀ ଅର୍ଥର ଅପବ୍ୟବହାର କରାଯାଉଥିବା ରୁ ବିଧାୟକ ଶ୍ରୀ ପାଟ୍ଟଯୋଷୀ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କୁ ତାଗିତ କରିବା ସହିତ ନିମ୍ନ ମାନର କାର୍ଯ୍ୟ କରାଗଲେ ପୂର୍ତ୍ତ ବିଭାଗ ଓ ନିର୍ମାଣ କାରୀ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ଵୋଳି ଚେତାବନୀ ଦେଇଥିଲେ।

ଅନ୍ୟପକ୍ଷରେ ୬କୋଟି ଟଙ୍କା ବିନିଯୋଗ ପୂର୍ତ୍ତ ବିଭାଗ ପକ୍ଷରୁ ଡାକ୍ତରଖାନା ପରିସରରେ ପ୍ରସୂତି ଏଵଂ ଶିଶୁ ସ୍ଵାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଇଛି। କିନ୍ତୁ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଅସରାଏ ବର୍ଷା ହେଲେ ମଧ୍ୟ ଏହି ଡାକ୍ତରଖାନା ଭିତରେ ଲହଡ଼ି ମାରୁଛି ଓ ଜଳ ବାରଣ୍ଡା ଅଭ୍ୟର୍ଥନା କକ୍ଷ ଓ ଡ୍ରେସିଙ୍ଗ ରୁମ ମଧ୍ୟ କୁ ପଶିଯାଇ ରୋଗୀ ଏଵଂ ଡାକ୍ତର ଏଵଂ ସ୍ବାସ୍ଥ୍ୟ କର୍ମୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କୋଠା ଟି ତିନି ମହଲା ବିଶିଷ୍ଟ ହୋଇଥିବା ବେଳେ ଏଠାରେ ଲିଫ୍ଟ ଲାଗିବା ବ୍ୟବସ୍ଥା ମଧ୍ୟ ଅଛି। କିନ୍ତୁ ଉଦଘାଟନ ର ୫ମାସ ବିତି ଯାଇଥିଲେ ଵି ଏଠାରେ ଲିଫ୍ଟ ଲଗାଯାଇ ପାରିନାହିଁ। ଫଳରେ ଡ୍ୟୁଟି କରୁଥିବା ଡ଼ାକ୍ତର ମାନେ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଖାଲି ଯେ ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମୀ ମାନେ ହଇରାଣ ହେଉଛନ୍ତି ତାହା ନୁହେଁ ରୋଗୀ ଏଵଂ ତାଙ୍କର ସମ୍ପର୍କୀୟ ମାନେ ମଧ୍ୟ ହଇରାଣ ହେଉଥିବା ବିଧାୟକ ଙ୍କ ନଜରକୁ ଆସିଥିଲା

ଏହି ଘଟଣା ରେ କ୍ଷେପ ପ୍ରକାଶ କରିବା ସହିତ ପାଣି ଗିଳିବା ସ୍ଥାନରେ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଓ ତୁରନ୍ତ ଲିଫ୍ଟ କାର୍ଯ୍ୟ କାରୀ କରାଇବା ପାଇଁ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ତାଗିତ ମଧ୍ୟ କରିଥିଲେ। ସୂଚନା ଯୋଗ୍ୟ ଯେ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ରେ ମୋଟ ୪୯ ଟି ଡାକ୍ତର ଆବଶ୍ୟକ ଥିବା ବେଳ ଦୀର୍ଘ ଦିନରୁ ମାତ୍ର ୧୪ ଜଣ କାର୍ଯ୍ୟରତ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଏହି ଡାକ୍ତର ମାନଙ୍କ ମଧ୍ୟରୁ କେହି ବିଶେଷଜ୍ଞ ନୁହନ୍ତି। ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛନ୍ତି। ଵହୁ ସମୟ ରୋଗୀ ମାନେ ଜିଲ୍ଲା ତଥା ଜିଲ୍ଲା ବାହାର ଡାକ୍ତରଖାନା ଉପରେ ନିର୍ଭର କରି ଅଯଥା ହଇରାଣ ଓ ଖର୍ଚ୍ଚାନ୍ତ ହେଉଛନ୍ତି। ଖାଲି ପଡିଥିବା ବିଶେଷଜ୍ଞ ଡାକ୍ତର ପୂରଣ ପାଇଁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଓ ଵିଭାଵଗିୟ ମନ୍ତ୍ରୀ ଙ୍କ ସହିତ ଆଲୋଚନା କରିବେ ଵୋଳି ବିଧାୟକ ଶ୍ରୀ ପାଟ୍ଟଯୋଷୀ ପ୍ରତିଶ୍ରୁତି ଦେଇଥିଲେ ଅଚାନକ ପରିଦର୍ଶନ କୁ ସାଧାରଣ ରେ ପ୍ରଶଂସା କରାଯାଇଥିବା ଵେଲେ ଅସାଧୁ କର୍ମଚାରୀଙ୍କ ଭିତରେ ଛନକା ପଶିଯାଇଛି। ଏହି ପରିପ୍ରେକ୍ଷୀରେ ପରିଦର୍ଶନ ରେ ଜଗନ୍ନାଥ ସେବା ସମିତି ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଆଇନଜୀବୀ ମନିଦ୍ର ଭୂଷଣ ପାତ୍ର, ସରପଞ୍ଚ ବିଭୁଦତ୍ତ ପ୍ରଧାନୀ, ଯୁବ ମୂର୍ଚ୍ଛା ବଲାଙ୍ଗୀର ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା , କାଉନସିଲର ପ୍ରବୀଣ ପଣ୍ଡା ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।