ହରଭଙ୍ଗା ୨୯/୦୬ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ତଳଗାଁ ପଂଚାୟତ ର ସରପଞ୍ଚ ଙ୍କ ସ୍ୱାମୀ ଓ ସ୍ଥାନୀୟ ଦୁର୍ଗା ପୂଜା କମିଟି ର ସଦସ୍ୟ ଉଭୟ ଙ୍କ ମଧ୍ୟରେ ଶୁକ୍ରବାର ସନ୍ଧ୍ୟା ରେ ଗଣ୍ଡଗୋଳ ଦେଖାଯିବା ସହ ଉଭୟ ଙ୍କ ମଧ୍ୟରେ ହାତାହାତି ହୋଇଥିବା ଘଟଣା ଅଞ୍ଚଳ ରେ ଏକ ଚର୍ଚ୍ଚା ର ବିଷୟ ହୋଇଛି ଏପରିକି ଉଭୟ ପକ୍ଷରୁ ହରଭଙ୍ଗା ଥାନା ରେ ଲିଖିତ ଅଭିଯୋଗ ମଧ୍ୟ୍ୟ ହୋଇଥିବା ଜଣାପଡ଼ିଛି ।
ଥାନା ରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାଇ ତଳଗାଁ ପଞ୍ଚାୟତ ର ସରପଞ୍ଚ ଭାବେ ପ୍ରତିମା କଂହର ଥିବା ବେଳେ ତାଙ୍କ ସ୍ୱାମୀ ଅମୁଲ୍ୟ କଁହର ସ୍ଥାନୀୟ ଦୁର୍ଗାପୂଜା କମିଟି କୁ ଗତବର୍ଷ ଦୁର୍ଗାପୂଜା ପାଇଁ ପଞ୍ଚାୟତ ପକ୍ଷରୁ ପାଞ୍ଚ ଲକ୍ଷ ଟଙ୍କାର ଏକ (ଏମଜି ଏନ ଆର ଜି ଏସ ) ଯୋଜନା ରେ ରାସ୍ତାର ଉନ୍ନତି କରଣ ପାଇଁ କାମ ଦେବା ପାଇଁ ପ୍ରତିଶୃତି ଦେଇଥିଲେ ।ଦୁର୍ଗାପୂଜା କମିଟି ର ସଦସ୍ୟ ଙ୍କ ଦ୍ୱାରା ରାସ୍ତା ଉନ୍ନତି କରଣ ସମ୍ପୂର୍ଣ ହୋଇଥିଲା।କିନ୍ତୁ ପରବର୍ତୀ ସମୟରେ ପାଞ୍ଚ ଲକ୍ଷ ଟଙ୍କା ର କାମ କୁ ଦୁଇ ଲକ୍ଷ ଟଙ୍କା ବିଲ କରାଯାଇଥିଲା ।
ଫଳରେ କମିଟି ର ସଦସ୍ୟ ମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇବା ସହ ସମସ୍ୟା ର ସମାଧାନ ପାଇଁ ସରପଞ୍ଚ ପ୍ରତିମା କଂହର କୁ ଘରକୁ କମିଟି ସଦସ୍ୟ ମାନେ ପହଁଚି ଥିଲେ । କିନ୍ତୁ ସେହି ସମୟରେ ସରପଞ୍ଚ ଙ୍କ ସ୍ୱାମୀ ଅମୁଲ୍ୟ କଂହର କିଛି ନ ବୁଝି ନ ସୁଝି ହଟାତ ଉତକ୍ଷିପ୍ତ ହୋଇ ଘରକୁ ଡାକି ଯାଇଥିବା ପୂଜା କମିଟି ର ସଦସ୍ୟ ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଠେଙ୍ଗା ଧରି ପିଟିବା ପାଇଁ ରାସ୍ତା ଉପରକୁ ମାଡି ଆସିଥିଲେ ।ଫଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇ ପାଟିତୁଣ୍ଡ ହୋଇଥିଲା।
ଘଟଣା ସ୍ଥଳ ରେ ସରପଞ୍ଚ ଙ୍କ ସ୍ୱାମୀ ନିଶାସକ୍ତ ଅବସ୍ଥା ରେ ଥିବାରୁ ସମସ୍ୟା ର ସମାଧାନ ପରିବର୍ତ୍ତେ ଘଟଣା ସ୍ଥଳ ରେ ଓଲଟି ଉତେଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳ ରେ ଉଭୟ ଙ୍କ ମଧ୍ୟରେ ଉତେଜନା ଦେଖାଯିବା ସହ ହାତାହାତି ମଧ୍ୟ୍ୟ ପରିସ୍ଥିତି ଉପୁଜିଥିଲା lଶେଷରେ ଉଭୟ ଙ୍କ ପକ୍ଷରୁ ହରଭଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ବେଳେ ହରଭଙ୍ଗା ପୋଲିସ ଉଭୟ ମାମାଲା ରୁଜୁ କରି ଘଟଣା ର ସତ୍ୟାସତ୍ୟ ତଦନ୍ତ କଲାପରେ ଆଇନ ଅନୁଯାଇ ଦୋଷୀ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହରଭଙ୍ଗା ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି l