ହରଭଙ୍ଗା- ୩୦/୦୬(ଚିତ୍ତ ରଞ୍ଜନ ସିଂ ) ରିଖ ରବିବାର ଦିନ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମୁରଲୀଧର ରଣା ସରକାରୀ ସ୍ତରରୁ ଅବସର ଗ୍ରହଣ କରିଅଛନ୍ତି l ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଦ୍ୟାଳୟର ସଦସ୍ୟମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା l ସଭାରମ୍ଭ କାର୍ଯ୍ୟ ବିଦ୍ୟାଳୟର ଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର କହ୍ନର ଦ୍ୱାରା ଆରମ୍ଭ ହୋଇଥିଲା l

ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଜିତେନ୍ଦ୍ର ଦେହୁରୀଙ୍କ ସଭାପତିତ୍ବରେ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା l ଉକ୍ତ ବିଦାୟକାଳୀନ ସଭାରେ ଜିଲ୍ଲାର ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ଜୟନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପ୍ରଧାନଶିକ୍ଷକଙ୍କ ଗାରିମାକୁ ସଭାମଧ୍ୟରେ ଉପସ୍ଥାପନା କରିଥିଲେ l ସମ୍ମାନିତ ଅତିଥି ରୂପେ ହରଭଙ୍ଗା ପଞ୍ଚାୟତ ମହାବିଦ୍ୟାଳୟ ଅଧକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ରାଉତ, ଜିଲ୍ଲା ଶିକ୍ଷାଧିକାରୀ ଅଫିସର ପରିସଂଖ୍ୟାନ ଅଧିକାରୀ ଶ୍ରୀଯୁକ୍ତ ରବିନାରାୟଣ ମହାଳିକ ଓ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ସାହିତ୍ୟିକ ଶ୍ରୀଯୁକ୍ତ ନୀଳଲୋହିତ ମହାପାତ୍ର ଯୋଗଦାନ ଦେଇ ବିଦ୍ୟାଳୟସହ ଜଡିତ ଅତୀତର ପ୍ରତିଟି ମୁହୂର୍ତ୍ତକୁ ଜୀବନ୍ତ କରାଇଥିଲେ |

ମଞ୍ଚାସୀନ ବିଦ୍ୟାୟଳୟର ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସିଂହ ଓ ଶିକ୍ଷୟିତ୍ରୀ ଶ୍ରୀମତୀ ମମତା ଦାସ ପ୍ରଧାନଶିକ୍ଷକଙ୍କ ସହ ବିତାଇଥିବା ନିଜନିଜର ଅନୁଭୂତକୁ ପରିପ୍ରକାଶ କରାଇଥିଲେ I ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀ ଉକ୍ତ ସଭାରେ ଉପସ୍ଥିତ ଥିଲେ l ସର୍ବଶେଷରେ ଶିକ୍ଷକ ଶ୍ରୀଯୁକ୍ତ ସଂଜିତ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରି ସଭାସାଙ୍ଗ କରିଥିଲେ l