ଯାଜପୁର :  (ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର କୁସୁମା ନିକଟରେ ଥିବା ବିଜୁ ପଟ୍ଟନାୟକ ସୁଇମିଙ୍ଗ ପୁଲ କମ୍ପ୍ଲେକ୍ସ ଠାରେ ପ୍ରଥମ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯାଜପୁର ର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଉକ୍ତ ପ୍ରତିଯୋଗିତାକୁ ଯାଜପୁର ଜିଲ୍ଲା ସନ୍ତରଣ ସଂଗଠନ ଓ ଜିଲ୍ଲା କ୍ରୀଡା ବିଭାଗ ମିଳିତ ଭାବେ ଆୟୋଜନ କରିଥିବା ବେଳେ ଆଜି ବହୁ ସଂଖ୍ୟାରେ ପ୍ରତିଯୋଗୀ ସାମିଲ ହୋଇଥିଲେ।

ଏହି ପ୍ରତିଯୋଗିତାରେ ସନ୍ତରଣର ଚାରିଟି ଷ୍ଟ୍ରୋକରେ ପ୍ରତିଯୋଗୀ ମାନେ ପ୍ରତିଦ୍ୱନ୍ଦିତା କରିଥିଲେ। ସବ ଜୁନିୟର, ଜୁନିୟର ଓ ସିନିୟର ବର୍ଗରେ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ପ୍ରତିଯୋଗିତା ଷ୍ଟ୍ରୋକ ଗୁଡିକ ହେଲା ଫ୍ରି ଷ୍ଟାଇଲ, ବ୍ୟାକ ଷ୍ଟ୍ରୋକ, ବ୍ରେଷ୍ଟ ଷ୍ଟ୍ରୋକ ଓ ଵଟର ଫ୍ଲାଏ । ଏହି ଷ୍ଟ୍ରୋକ ଗୁଡିକ ୫୦, ୧୦୦ ଓ ୨୦୦ ମିଟର ପାଇଁ ପ୍ରଯୁଜ୍ୟ ।

ଯୋଗ୍ୟ ବିବେଚିତ ପ୍ରତିଯୋଗୀ ମାନେ ଜୁଲାଇ ମାସ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ରେ ଆୟୋଜିତ ହେବାକୁଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଆସୋସିଏସନର ଉପଧକ୍ଷ ଅୟସକାନ୍ତ ଧଳ, ପ୍ରଶିକ୍ଷକ ଦୁଃଖନାଥ ସିନହା, ଜ୍ଯୋତି ଶଙ୍କର ସାହୁ ପ୍ରମୁଖ ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଏଥିରେ ଆସୋସିଏସନ ଅଧକ୍ଷ ଭବ ପ୍ରସାଦ ଦାସ, ବରିଷ୍ଠ ଶିକ୍ଷାବିତ ବଟକୃଷ୍ଣ ମହାପାତ୍ର ଓ ସମସ୍ତ ସଦସ୍ୟ ଅବିଭାବକ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉଶ୍ଚାହିତ କରିଥିଲେ ।