ହରଭଙ୍ଗା 1/7/24(ଚିତ୍ତ ରଞ୍ଜନ ସିଂ )ଗତ ରବିବାର ଦିନ ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଠିଡିକାଜୋର ଠାରେ ତଅଁଳା ଗଉଡ଼ ସମାଜ ମହିଳା ସଶକ୍ତି ସେବା ସମିତି ର ଏକ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଚାରୋଟି ଜିଲ୍ଲା ର ସଭ୍ୟ ସଭ୍ୟା ଓ ସଭାପତି ଉପସ୍ଥିତ ଥିଲେ। ଜାତି ପ୍ରମାଣପତ୍ର ପାଉନଥିବାରୁ ପାଠ ପଢା ରେ ବାଧା ସୃଷ୍ଟି ହେବା ଓ ତଅଁଳା ଗଉଡ଼ ଜାତିରେ ଥିବା ଅନେକ ସମସ୍ୟା ଉପରେ ଆଲୋଚନା ହୋଇଥିଲା।

ବୌଦ୍ଧ, କନ୍ଧମାଳ, ନୟାଗଡ଼, ଓ ଗଞ୍ଜାମ ଜିଲ୍ଲା ର ତଅଁଳା ଗଉଡ଼ ସମାଜ ର ସମସ୍ତ ପୁରୁଷ ମହିଳା ମିଶି ଉକ୍ତ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ସଭାପତି ସୁରେଶନ ମାଝୀ ଯୋଗ ଦେଇଥିବା ବେଳେ, ଅନ୍ୟତମ ଅତିଥି ଭାବେ କନ୍ଧମାଳ ଜିଲ୍ଲା ର ଉପଦେଷ୍ଟା କରୁଣାକର ଭୋଇ, ନୟାଗଡ଼ ଜିଲ୍ଲା ସଭାପତି ଶେଷଦେବ ବେହେରା, ବୌଦ୍ଧ ଜିଲ୍ଲା ରାଜ୍ୟ ସଭାନେତ୍ରୀ ଚନ୍ଦ୍ରିକା ପ୍ରଧାନ, ବୌଦ୍ଧ ଜିଲ୍ଲା ସମ୍ପାଦକ ପ୍ରଭାତ ପ୍ରଧାନ ଯୋଗ ଦେଇଥିବାବେଳେ ରଞ୍ଜନ ପ୍ରଧାନ ସଭା ପରିଚାଳନା କରିଥିଲେ।