କାଶୀପୁର :   (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁରସ୍ଥ ପଞ୍ଚାୟତ ସମିତି ସଭାଗୃହ ଠାରେ କାଶୀପୁର ପୋଲିସ ପକ୍ଷରୁ ଆଜି ଅଞ୍ଚଳର ଜନସାଧାରଣ ଙ୍କ ଉପସ୍ଥିତିରେ ସରକାର ଦ୍ୱାରା ପ୍ରଣୀତ ନୂତନ ଆଇନ କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

କାର୍ଯ୍ୟକ୍ରମଟି ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ ଙ୍କର ନେତୃତ୍ୱରେ ପରିଚାଳନା ହୋଇଥିଲା।ଥାନାର ଅନ୍ୟ ଅଧିକାରୀ ସମେତ ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।୧୬୦ ବର୍ଷ ଧରି ଆଇପିସି ଓ ସିଆରପିସି ଆଇନ କାର୍ଯ୍ୟକାରୀ ହେଇଆସୁଥିବା ବେଳେ ଆଜି ଅର୍ଥାତ ୧/୭/୨୦୨୪ ଠାରୁ ବିଭିନ୍ନ ଅପରାଧ କୁ କେନ୍ଦ୍ର ସରକାର ଦ୍ୱାରା ଭାରତୀୟ ନ୍ୟାୟ ସଂହିତା

,ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ ଅଧି ନିୟମ ଭାବେ ପରିବର୍ତ୍ତନ ଆଣି ଆଜିଠାରୁ ପ୍ରଚଳିତ ହେବାକୁ ଯାଉଅଛି ।ଯାହା ବିଭିନ୍ନ ଅପରାଧ କୁ ନୂତନ ଆଇନ ଦ୍ୱାରା ଶକ୍ତ ଆଉ ବର୍ଦ୍ଧିତ କରାଯାଇଛି । ଫଳରେ ଅପରାଧୀ ମାନଙ୍କ କ୍ଷେତ୍ର ରେ ଚିନ୍ତାର ବିଷୟ ପାଲଟିଥିବା ଅନୁମାନ ହେଉଥିବା ବେଳେ  ଅପରାଧ ନିୟନ୍ତ୍ରଣ ରେ ସରକାରଙ୍କୁ ଏହି ଆଇନ ସହାୟକ ହେବ ବୋଲି ଆଶା ରଖାଯାଇଛି । ସେହିପରି ତଳ ଦିନରେ ଆଇନ ରେ କରାଯାଇଥିବା କିଛି କୁହଳ ନିୟମ କୁ ଶକ୍ତିର ସହ ପୁନ୍ନ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି ।

ସଚେତନ କାର୍ଯ୍ୟକ୍ରମ ରେ କାଶୀପୁର ଥାନା ର ଇନ୍ସପେକ୍ଟର ବିକାଶ କୁମାର ପଟେଲ ,ଏ ଏସ ଆଇ ସମଦତ ପ୍ରଧାନ ଓ ଅନ୍ୟ ସହିତ ସ୍ଥାନୀୟ ବୁଦ୍ଧିଜୀବୀ ମଧ୍ୟରୁ ଜଗଦୀଶ ପାତ୍ର, ଅନିଲ ଜଏନ,ବିସମ୍ବର ନାଏକ, ଭୁବନେଶ୍ୱର ମହାନ୍ତି , ପୁରନ୍ଧର ନାଏକ,ଶଙ୍କର ନାଏକ, ,ପାଇଲ ମାଝି, ମିଥୁନ ନାଏକ, ଜୟନ୍ତ ବୈଠାରୁ ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।