ହରଭଙ୍ଗା :01/07(ଚିତ୍ତ ରଞ୍ଜନ ସିଂ ).ବଦଳିଲା ଭାରତୀୟ ଅପରାଧ ଆଇନ l 511ଧାରା ପରିବର୍ତ୍ତେ ହେଲା 357 ଧାରା l ଅପରାଧୀ ହେବେ ସାବlଡ଼ l ବ୍ରିଟିଶ ଅମଳର ଫୌଜଦାରୀ ଆଇନ ଆଇ ପି ସି ଏବଂ ସି ଆର ପି ସି କୁ ହଟାଇ ଭାରତ ସରକାର ନ୍ୟାୟ ସଂହିତା ଓ ଭାରତୀୟ ସାକ୍ଷ ଅଧିନିୟମ ଆଜିଠାରୁ ଲାଗୁ ହେଲା l  ପ୍ରତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଥାନା ଅଧିକାରୀଙ୍କୁ ଉପରିସ୍ଥ ଅଧିକାରୀ ସୂଚନା ଦେବା ସହିତ ଜନ ସାଧାରଣ ଙ୍କୁ ସଚେତନତା କରାଇବା ପାଇଁ ନିର୍ଦେଶ ଦିଆଯାଇଥିବା ବେଳେ ଆଜି ପୁରୁଣାକଟକ ଥାନା ପକ୍ଷରୁ ଥାନା ର ସଭା ଗୃହରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l

ଥାନା ଅଧିକାରୀ ସାରଦା ପ୍ରସାଦ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ହରଭଙ୍ଗା JMFC କୋର୍ଟ ହରଭଙ୍ଗା ର ଆସିଷ୍ଟାଣ୍ଟ ପବ୍ଲିକ ପ୍ରଶିକୁଟର ଅଜିତ କୁମାର ପରିଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳ ସମ୍ମାନିତ ଅତିଥିଭାବେ ହରଭଙ୍ଗା ବ୍ଲକ ଅଧିକାରୀ ଶରତ ଚନ୍ଦ୍ର ସେଠି  , ଅତିରିକ୍ତ ତହସିଲଦାର ହରଭଙ୍ଗା -ସମ୍ବିତ ସାମଲ ଓ , ବିଦ୍ୟୁତ ବିଭାଗ ଯନ୍ତ୍ରୀ ଭବାନୀ ଶଙ୍କର ପାଣିଗ୍ରାହୀ , ଉପସ୍ଥିତ ରହି ନୂତନ ଆଇନ ଉପରେ ଜନ ସାଧାରଣ ଙ୍କୁ ମତ ରଖିବା ସହିତ ସଚେତନତା କରାଇ ଥିଲେ l ଏହି ସଚେତନତା କାର୍ଯ୍ୟକ୍ରମ ରେ ସ୍ୱୟଂ ସହାୟକ ଗୋଷ୍ଠୀ, ଜନ ସାଧାରଣ ପୁଲିସ କର୍ମଚାରୀ ଉପସ୍ଥିତ ରହିଥିଲେ l ସେହିପରି ବ୍ଲକ ର ହରଭଙ୍ଗା ଥାନା ପକ୍ଷରୁ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିବା ଜଣା ପଡିଛି l