କେସିଙ୍ଗା : (ପ୍ରୀତେଶ ପଟେଲ)ଜୁଲାଇ ୧ ତାରିଖରୁ ସାରା ଦେଶରେ ୩ ଟି ନୂଆ ଫୌଜଦାରୀ ଆଇନ କାର୍ଯ୍ୟକାରୀ ହେଇଛି।ପୁରୁଣା ଆଇନ ସୋମବାର ଦିନ ଠାରୁ ପାଳଟିବ ଇତିହାସ।କେନ୍ଦ୍ର ସରକାର ଙ୍କ ନୂଆ ତିନୋଟି ଆଇନ ଗୁଡ଼ିକ ହେଲା ଭାରତୀୟ ନ୍ୟାୟ ସଂହିତା,ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଯାହା ଜୁଲାଇ ୧ ତାରିଖରୁ ସାରା ଦେଶରେ କାର୍ଯ୍ୟକାରୀ ହେଇଛି।ଏହାରି ଫଳରେ ଦୀର୍ଘ ଦିନ ଧରି ବ୍ରିଟିଶ ଅମଳର ଆଇନ ଗୁଡାକୁ ନିଷ୍କ୍ରିୟ କରି ନୂତନ ଆଇନ ପ୍ରଣୟନ କରାଯାଇଛି।

ଗତ କାଲି ଉକ୍ତ ନୂତନ ଫୌଜଦାରୀ ଆଇନ ବିଷୟରେ ଜନସାଧାରଣ ଙ୍କୁ ଅବଗତ କରାଇବା ପାଇଁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ସ୍ଥାନୀୟ ଆଦର୍ଶ ଥାନା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା।କେସିଙ୍ଗା ଆଦର୍ଶ ଥାନା ର ଭାରପ୍ରାପ୍ତ ଏସ ଡି ପି ଓ ସୁମିତ୍ରା ଜେନା ସମସ୍ତ ନୂତନ ଆଇନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ସମସ୍ତ ଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ର ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ଙ୍କ ସମେତ ଡ୍ରାଇଭର ଭାଇ,ପଂଚାୟତ ପ୍ରତିନିଧି ଓ ଜନସାଧାରଣ ମାନେ ବହୁ ସଂଖ୍ୟା ରେ ଉପସ୍ଥିତ ରହି ନୂତନ ଆଇନ ବିଷୟରେ ଶୁଣିଥିଲେ।

ଏହି ସଚେତନ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର,ପଲମ୍ ଫାଣ୍ଡି ଅଧିକାରୀ ଅକ୍ଷୟ ପଟ୍ଟନାୟକ,ଉତ୍କେଲା ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଦୋରା ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଶେଷରେ ଏସ ଡି ପି ଓ ମ୍ୟାଡମ୍ ଆଗକୁ ଅଞ୍ଚଳ ର ବିଭିନ୍ନ ଜାଗାରେ ଏମିତି ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଜନସାଧାରଣ ଙ୍କୁ ନୂତନ ଆଇନ ବିଷୟରେ ଅବଗତ କରାଯିବା ବୋଲି ପ୍ରକାଶ କରିଥିଲେ।