ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବଣପାହାଡ଼ ଘେରା ଅଞ୍ଚଳ ମାଧପୁର ରେ ରହିଛି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ l ଏହି ବ୍ୟାଙ୍କରେ ନିର୍ଭର ର କରନ୍ତି ଦୁର୍ଗମ ଇଲାକା ର ପ୍ରାୟ 5ହଜାର ରୁ ଉର୍ଦ୍ଧ ଲୋକ l ସ୍ଥାନୀୟ ବ୍ୟବସାୟୀ ଠୁ ଆରମ୍ଭ କରି ସ୍କୁଲ କଲେଜ ଛାତ୍ରଛାତ୍ରୀ, ଜନସାଧରଣ ସବୁବେଳେ ଏହି ବ୍ୟାଙ୍କ ସହିତ ଜଡିତ l କିନ୍ତୁ ଗ୍ରାହକ ଙ୍କ ପାଇଁ ବ୍ୟାଙ୍କ କତୃପକ୍ଷ ଙ୍କ ଅବହେଳା ପ୍ରଦର୍ଶନ ନେଇ  ବ୍ୟାଙ୍କ କାର୍ଯ୍ୟ ରେ ଆସି ଅସୁବିଧା ରେ ସମ୍ମୁଖୀନ ହେଉଥିବା ନେଇ ବିଭିନ୍ନ ସମୟରେ  ଗ୍ରାହକଙ୍କ ଭିତରେ ଅଭିଯୋଗ ହୋଇ ଆସୁଛି l ଆଜି ବି ବ୍ୟାଙ୍କ ରେ ଗ୍ରାହକ ଙ୍କ ପାଇଁ ବସିବା ସ୍ଥାନ ନାଇଁ, ଲିଙ୍କ ନଥିବା ବାହାନା କରି ବାରମ୍ବାର  ଗ୍ରାହକ ଙ୍କୁ ହଇରାଣ କରୁଥିବା ଏବଂ ଉତ୍ତମ ସେବା ଯୋଗାଇ ଦେବା ରେ ବ୍ୟାଙ୍କ କତୃପକ୍ଷ ଙ୍କ ଅବହେଳା ନେଇ ଅଞ୍ଚଳ ର ଗ୍ରାହକ ଙ୍କ ଭିତରେ ଅଭିଯୋଗ ହେଉଛି l ବ୍ୟାଙ୍କ ମିତ୍ର ବ୍ୟାଙ୍କ କୁ ନିୟମିତ ଭାବେ ନଆସିବା l

ଆଜକୁ 10 ବର୍ଷ ହେଲା ପିଅନ ପଦ ନଥିବା ଅନ୍ୟପଟେ ବେସରକାରୀ ଭାବେ ଅମୁଲ୍ୟ କଁହର ନାମକ ଜୈନିକ ବ୍ୟକ୍ତି ଙ୍କୁ ବ୍ୟାଙ୍କ କତୃପକ୍ଷ ମାସକୁ ହଜାର ହଜାର ଟଙ୍କା ଦେଉଥିଲେ ମଧ୍ୟ ଉକ୍ତ କର୍ମଚାରୀ ଜଣଙ୍କ ରାଜନୈତିକ କାର୍ଯ୍ୟ ରେ ବ୍ୟସ୍ତ ରହିବା ଓ ଘରଠାରୁ ବ୍ୟଙ୍କ କୁ 30 କିଲୋମିଟର ଦୂରତା ଥିବା ବେଳେ ଏଭଳି ବ୍ୟକ୍ତି ଙ୍କୁ ବ୍ୟାଙ୍କ କତୃପକ୍ଷ କିପରି ନିଯୁକ୍ତି ଦେଲା ତାକୁ ନେଇ ପ୍ରଶ୍ନ ଉଠୁଛି l ବ୍ୟଙ୍କ କୁ କର୍ମଚାରୀ ଜଣଙ୍କ ମନଇଛା ଆସିବା ଏପରିକି ପ୍ରତ୍ୟକ ମାସରେ ଦରମା ନେଉଥିବାବେଳେ କିପରି ଭାବରେ ଏହାକୁ ବ୍ୟାଙ୍କ ଦେଉଛି ନା ଉଭୟ ଙ୍କ ମଧ୍ୟରେ ରାଧେ ରାଧେ ନୀତି କୁ ପ୍ରଶୟ ଦିଆଯାଇଛି ବୋଲି ସାଧାରଣ ରେ ଅଭିଯୋଗ ହେଉଛି l

ଏନେଇ ବ୍ୟାଙ୍କ ମେନେଜର ଜିତେଶ ତ୍ରିପାଠୀ ଙ୍କୁ ସମସ୍ୟା ଉପରେ ପଚାରିବାରୁ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯିବାରୁ ଲିଙ୍କ ସେବା ବ୍ୟହତ ଥିଲା, ଏବଂ କାର୍ଯ୍ୟରତ ଥିବା କର୍ମଚାରୀ ଅମୁଲ୍ୟ କଁହର ବେସରକାରୀ କର୍ମଚାରୀ ଅଟନ୍ତି,ଏଠି ପିଅନ ପୋଷ୍ଟ ନଥୁବାରୁ ତାଙ୍କୁ ରଖଯାଇଛି ,  ତାଙ୍କର କାର୍ଯ୍ୟ ରେ ଅବହେଳାନେଇ ସାଧାରଣ ରେ ଯେଉଁ ଅଭିଯୋଗ ହେଉଛି ତାହା ମିଥ୍ୟା ଅଟେ ଯଦି ଆମ ଦୃଷ୍ଟି କୁ ସେଭଳି କିଛି ଆସେ  ନିହାତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିବା ବେଳେ ଅନ୍ୟପଟେ ଦୁର୍ଗମ ଇଲାକା ବାସୀଙ୍କ ସମସ୍ୟା କୁ ଦୃଷ୍ଟି ରେ ରଖି ବିଭାଗୀୟ ଉଚ୍ଚପଦସ୍ତ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାହକ ଙ୍କ ଭିତରେ ଦାବି ହେଉଛି l