ଧର୍ମଗଡ଼ ତା ୨/୭/୨୪ (ହେମନ୍ତ କୁମାର ମାଝୀ)କେବେ ସୁଧୁରିବ ଜଗନ୍ନାଥ ପଡ଼ା ପୂର୍ତ୍ତ ବିଭାଗ ରାସ୍ତା ? ରଥଯାତ୍ରା ପୂର୍ବରୁ ରାସ୍ତା ମରାମତି କରାନଗଲେ ଆନ୍ଦୋଳନ କୁ ଓଲ୍ଳାଇଵା ସହ ବିଭାଗୀୟ କାର୍ଯ୍ୟାଳୟକୁ ଘେରାଉ କରାଯିଵ ଵୋଳି ଜଗନ୍ନାଥ ସେବା ସମିତି ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ତାଙ୍କ ଫେସବୁକ ଏକାଉଣ୍ଟ୍ ରୁ ପେଷ୍ଟ କରିଥିବା ସୋସିଆଲ ମିଡ଼ିଆ ରେ ଘୁରି ଵୁଳୁଛି। ଉକ୍ତ ରାସ୍ତା ଅଵଧି ସରି ୧୮ ମାସ ବିତିଗଲାଣି କିନ୍ତୁ ରାସ୍ତା କାମ ସଂପୂର୍ଣ୍ଣ ହୋଇପାରୁ ନାହିଁ କାମଟି ପୂର୍ତ୍ତ ବିଭାଗ ଅଧିନରେ ଥିବା ବେଳେ ଜ୍ୟୋତିର୍ମୟୀ ସିଂ ନାମକ ଜୈନିକ ଠିକାଦାର ଏହାର ନିର୍ମାଣ ଦାୟିତ୍ବ ନେଇଥିଲେ।

ଗତ ୨୦୨୨ ସେପ୍ଟେମ୍ବର ମାସରେ ଆରମ୍ଭ ହୋଇ ଫୋଵୃୟାରୀ ୨୦୨୩ ରେ କାମ ସଂପୂର୍ଣ୍ଣ ହେବା ଆଵଧି ଲେଖାଯାଇଅଛି। ବାସ୍ତବରେ କିନ୍ତୁ ଭିନ୍ନ ରହିଛି। ଅଵଧି ସରିବା ର ୧୭ ମାସ ବିତିଯାଇଥିଲେ ମଧ୍ୟ ଅଧାପନ୍ତରିଆ ଅଵସ୍ଥା ରେ ରହିଛି ରାସ୍ତା। ଯାହାଫଳରେ ଅସନ୍ତୋଷ ବସ୍ତି ବାସିନ୍ଦା ରାସ୍ତା ରୋକ ମଧ୍ୟ କରିଥିଲେ। ସୂଚନା ଅନୁଯାଇ ଧର୍ମଗଡ଼ ଜଗନ୍ନାଥ ପଡ଼ା ର ଏହି ରାସ୍ତା ଟି ସହରର ଏକ ପ୍ରମୁଖ ରାସ୍ତା ଏହି ରାସ୍ତା ଟି ଦୀର୍ଘ ଦିନ ଧରି ଭଙ୍ଗା ଦଦରା ଭାବେ ଦିନ ଦିନ ଧରି ପଡ଼ିରହିଥିଲା। ବିପଦ ସଂକୁଳ ରାସ୍ତା ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଥିଲା। ବାରମ୍ବାର ଅଭିଯୋଗ ପରେ ପୂର୍ତ୍ତ ବିଭାଗ ରାସ୍ତା ଟି କୁ ନିଜ ଅଧିନକୁ ନେଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା ପ୍ରାୟ ୧ କୋଟି ୯୭ ଲକ୍ଷ ଵ୍ୟୟ ଅଟକଳ ରେ ଜୈନିକ ଠିକାଦାର ଏହାର ନିର୍ମାଣ କରିଥିଲେ କିନ୍ତୁ ଗୋଷ୍ଠୀ ଶିକ୍ଷା ଅଧିନରେ ଥିବା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଛି।

ଆଗକୁ ରଥଯାତ୍ରା ହେବାକୁ ଥିବାବେଳେ ଏହି ରାସ୍ତା ଵହୁ ଗହଳି ହେଵା ସମ୍ଭାବନା ଅଛି ଏହି ରାସ୍ତା କୁ ସଂପୂର୍ଣ୍ଣ କରିବା ପାଇଁ ଓ୍ୱାଡ ନଂ ୪ ଓ ୬ ର ଲୋକ ରାସ୍ତା ରୋକ୍ ଆନ୍ଦୋଳନ କରାଯାଇଥିଲା। ଖବର ପାଇ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ନବ କିଶୋର ବେହେରା ସରକାରୀ ଉପଜିଲ୍ଲାପାଳ ଅଜୟ ତିର୍କି ଅତିରିକ୍ତ ତହସିଲଦାର ଅଜିତ ମହନ୍ତ ପ୍ରମୁଖ ଘଟଣା ଆନ୍ଦୋଳନ କାରୀ ଙ୍କ ସହିତ ଆଲୋଚନା କରି ଜାନୁୟାରୀ ତା ୩୧/୧/୨୦୨୪ ସୁଦ୍ଧା ନିର୍ମାଣ ସାରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ପ୍ରଶାସନ ପକ୍ଷରୁ ଦେଇଥିବା ପ୍ରତିଶୃତି ର ୫ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାସ୍ତା କାମ ସଂପୂର୍ଣ୍ଣ ହୋଇନଥିବା ରୁ ଜଗନ୍ନାଥ ସେବା ସମିତି ପକ୍ଷରୁ ରଥଯାତ୍ରା ପୂର୍ବରୁ ରାସ୍ତା ମରାମତି ନ କରାଗଲେ ଆନ୍ଦୋଳନ କରାଯିବା ସହିତ ଵିଭାଵଗିୟ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ଵୋଳି ସମିତି ର ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସୋସିଆଲ ମିଡିଆରେ ଚେତାବନୀ ଦେଇଛନ୍ତି।