କେସିଙ୍ଗା ତା:୦୨/୦୭(ପ୍ରୀତେଶ ପଟେଲ)ଗଛ ଲଗାଇବା ଜୀବନ ବଞ୍ଚାଇବା ଏହା ସ୍ଲୋଗାନ ଶୁଣିବାକୁ ମିଳିଛି ଚାରିଆଡ଼େ, ଏହି ପରିପ୍ରେକ୍ଷୀରେ କେସିଙ୍ଗା ମହାବିଦ୍ୟାଳୟ, କେସିଙ୍ଗା ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ମହାବିଦ୍ୟାଳୟର ଯୁବ ରେଡକ୍ରସ, ଏନ॰ସି॰ସି ଏବଂ ଜାତୀୟ ସେବା ଯୋଜନାର ମିଳିତ ଅନୁକୂଲ୍ୟରେ ଶତାଧିକ ବୃକ୍ଷ୍ୟ ରୋପଣ କରଯାଇଥିଲା ।

ଏହି ଅବସରରେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପାଢୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣର ଉପଦେୟତା ସମ୍ପର୍କରେ ବୁଝାଇଥିଲେ ।

ସମର ଶିକ୍ଷର୍ଥୀ ବାହିନୀର ଅଧିକାରୀ ଡାଃ॰ ସତୀଶ ଚନ୍ଦ୍ର ଖମାରି , ଯୁବ ରେଡକ୍ରସ କାଉନସିଲର ଶ୍ରୀ ରାଇ ମୋହନ ମାଝି ଏବଂ ଜାତୀୟ ସେବା ଯୋଜନାର ଅଧିକାରୀ ଶ୍ରୀ ମଣି ରଣାଙ୍କ ତତ୍ଵାବଧାନରେ ଛାତ୍ରଛାତ୍ରୀ ମାନେ ବହୁତ ଉସ୍ଵାହର ସହିତ ବୃକ୍ଷରୋପଣ କରିଥିବା ବେଳେ ସମସ୍ତ ଅଧ୍ୟାପକ ମଣ୍ଡଳୀ ସହଯୋଗ କରିଥିଲେ । ଆଓ ସମସ୍ତ ଙ୍କୁ ନିଜ ଚାରିଆଡ଼େ ବୃକ୍ଷ ରୋପଣ କରିବାକୁ ଅନୁରୋଧ କରିଥିଲେ |