ହରଭଙ୍ଗା 2/7(ଚିତ୍ତ ରଞ୍ଜନ ସିଂ )ମଙ୍ଗଳବାର ଦିନ ବୌଦ୍ଧ ବନଖଣ୍ଡ ପୁରୁଣାକଟକ ବନାଞ୍ଚଳ ଅଧିନସ୍ଥ ଚାରିଛକ ସେକ୍ସନ ର ପାରାପିଟ ସଂରକ୍ଷିତ ଜଙ୍ଗଲ ରେ 75 ତମ ବନମହୋତ୍ସବ ପାଳିତ ହୋଇଯାଇଛି।ବିଭାଗ ତରଫରୁ ଉକ୍ତ ସଂରକ୍ଷିତ ଜଙ୍ଗଲ ରେ 1800 ସହ ଗଛ ଲଗା ହୋଇଥିବା ବିଭାଗ ତରଫରୁ ସୂଚନା ମିଳିଛି ।

ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ସେଠୀ ଯୋଗ ଦେଇଥିବା ବେଳେ, ସଂମ୍ମାନିତ ଅତିଥି ଭାବେ ପୁରୁଣାକଟକ ରେଞ୍ଜ ଅଧିକାରୀ ଜୟନ୍ତ ଦାସ, ଅନ୍ୟତମ ଅତିଥି ଭାବେ ବନପାଳ ଗୋବର୍ଧନ ମେହେର, ସତୀଶ କମ୍ପ, ପୁଷ୍ପାଞ୍ଜଳି ମେହେର, ବନରକ୍ଷୀ ମାନସ ସାହୁ, ପ୍ରଭାକର ସେଠୀ ଓ ଡାଟା ଏଣ୍ଟ୍ରି ଅପରେଟର ବିକାଶ ମିଶ୍ର ଙ୍କ ସହିତ ବନ ବିଭାଗ ର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।