ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )ଜିଲ୍ଲା ର ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣାକଟକ ପଂଚାୟତ କାର୍ଯ୍ୟାଳୟ ଠାରେ ରାଜ୍ୟ ଶ୍ରମିକ ସମବାୟ ସମିତି ପକ୍ଷରୁ ଏକ ଗ୍ରାହକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିର ରେ ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ସେଠି ଯୋଗଦେଇଥିଲେ l

ସମିତିର ଶାଖା ପରିଚାଳକ ରୁପେଶ କୁମାର ଦାଶ, ପଂଚାୟତ ନିର୍ବାହୀ ଅଧିକାରୀ ଶାନ୍ତନୁ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଗରିବ ଲୋକ ନିମନ୍ତେ ରିହାତି ମୂଲ୍ୟରେ ଖାଦ୍ୟ, ବିଭିନ୍ନ ବ୍ୟବହାର ସାମଗ୍ରୀ ବଜାର ଦର ଠାରୁ 15 ରୁ 50 ପ୍ରତିଶତ ରିହାତି ମୂଲ୍ୟ ରେ ଜିନିଷ ଯୋଗେଇ ଦେବା ସହ ଏହି ଯୋଜନା ରେ ପାଞ୍ଜି କୃତ ଗ୍ରାହକ ଙ୍କୁ ଯୋଗେଇ ସହ ସ୍ୱାସ୍ଥ୍ୟ ବୀମା ସହ ଯୋଗେଇ ଦିଆଯିବ ବୋଲି କ୍ଷେତ୍ର ଅଧିକାରୀ ମାନେ ସୂଚନା ଦେଇଥିଲେ l

ତେଣୁ ଏହି ଗରିବ କଲ୍ୟାଣ ଯୋଜନା ରେ ଅଧିକ ରୁ ଅଧିକ ଗ୍ରାହକ ପାଞ୍ଜିକୃତ ହୋଇ ଏହାର ସୁଫଳ ଏତେଇବା ପାଇଁ ଶିବିର ରେ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ l ଏହି ଶିବିରରେ ପଂଚାୟତ ର ୱାର୍ଡ ମେମ୍ବର ମାନେ ଯୋଗଦେଇ ନିଜ ନାମ କୁ ପାଞ୍ଜିକୃତ କରିବା ସହ ଗ୍ରାମରେ ଗ୍ରାହକ ମାନଙ୍କୁ ଯଥା ଶୀଘ୍ର ପାଞ୍ଜିକୃତ କରାଇବେ ବୋଲି ପ୍ରତିଶୃତି ଦେଇଥିଲେ l