ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ଲୁଣିବାହାଲରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି ଅନ୍ତର୍ଗତ ଲୁଣିବାହାଲ୍ ସ୍ଥିତ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ପରିସରରେ ହରଭଙ୍ଗା ବ୍ଲକ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ସମୂହ ତରଫରୁ ୩ ଜଣ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରୀଯୁକ୍ତ କୈଳାସ ପ୍ରଧାନ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ରାଜେନ୍ଦ୍ର ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ, ଧଳପୁର, ଶ୍ରୀଯୁକ୍ତ ଗୁଣନିଧି ସାହୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଚାରିଛକ, ଶ୍ରୀଯୁକ୍ତ ମୁରଲିଧର ରଣା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ହରଭଙ୍ଗା ଙ୍କ ସେବନିବୃତ୍ତୋତ୍ତର ବିଦାୟ କାଳୀନ ସମ୍ୱର୍ଦ୍ଧନା ଉତ୍ସବ ରେ ଶ୍ରୀଯୁକ୍ତ ଅଜୟ କୁମାର ଲୁହା – ଗୋଷ୍ଠୀ ଶିକ୍ଷା ଅଧିକାରୀ, ହରଭଙ୍ଗା ସଭାପତି ଭାବେ ସଭା ପରିଚାଳନା କରିଥିଲେ।
ଏହି ସମ୍ବର୍ଦ୍ଧନା ଉତ୍ସବ ରେ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗେନ୍ଦେରା କୁଜୁର ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେର , ସାଧୁ ଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ଓମ୍ ପ୍ରକାଶ ପ୍ରଧାନ ପ୍ରମୁଖ ମଞ୍ଚାସୀନ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ।
ଉକ୍ତ ବର୍ଣ୍ଣାଢ଼୍ୟ ଉତ୍ସବରେ ହରଭଙ୍ଗା ବ୍ଲକ ର ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଉପସ୍ଥିତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମାନଙ୍କ ସେବାନିବୃତ୍ତୋତ୍ତର ଜୀବନ ନିରୋଗ ,ସୁଖମୟ ଓ ସମାଜ ପାଇଁ ଉତ୍ସର୍ଗୀକୃତ ହେଉବୋଲି କାମନା କରିଥିଲେ।
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନଙ୍କୁ ସଂଗଠନ ତରଫରୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ, ଲୁଣିବାହାଲ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ , ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମଲ୍ଲିକ – ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ପୁରୁଣାକଟକ ସଭା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଦୁଖୁ ଗାଇଗୌରିଆ, ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମେହେର ଓ ଶ୍ରୀଯୁକ୍ତ ଅଭିମନ୍ୟୁ ସାହୁ ପ୍ରମୁଖ ସମ୍ୱର୍ଦ୍ଧନା ମାନପତ୍ର ପାଠ କରିଥିଲେ। ଶ୍ରୀଯୁକ୍ତ ଅଖିଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାମ୍ପୋଚ୍ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରଜନୀକାନ୍ତ ପ୍ରଧାନ ଓ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ଲୁନିବାହାଲ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ତୃପ୍ତି ରଞ୍ଜନ ଦାନୀ ପ୍ରମୁଖ ବିଶେଷ ସହଯୋଗ କରିଥିଲେ। ସ୍ଥାନୀୟ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।