ସୁବର୍ଣ୍ଣପୁର : (ଅଜିତ କୁମାର ପୂଜାହାରୀ)ଦିଲ୍ଲୀ ଗୁରୁଗାଁଓ ଠାରେ ସାଇକା ଆଁଗନ ପରିସରରେ ଗତ ୨୭ ତାରିଖ ପ୍ରଖ୍ୟାତ ସାଇଭକ୍ତ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥିଙ୍କ ଦ୍ବାରା କୋଶଲି/ସମ୍ବଲପୁରୀ ଓ ଛତିଶଗଡି ଭାଷାରେ ଶ୍ରୀ ଗୁରୁ ଭାଗବତର ଦୁଇଟି ଡିଜିଟାଲ ଆଲବମ ଉଦଘାଟିତ ହୋଇଯାଇଛି I ଉକ୍ତ ଆଲବମ ଦୁଇଟିର ଗୀତ ରଚନା ଓ ସଂଯୋଜନା ନିଜେ ଗୁରୁଜୀ ଡ. ଶତପଥି ସଂପାଦନ କରିଛନ୍ତି I

ସୁବର୍ଣ୍ଣପୁରର ସାଇଭକ୍ତ ଚାରୁଦତ୍ତ ମିଶ୍ର ଓ ଛତିଶଗଡର ଅଖିଲେଶ ଚୌବେ ଗୁରୁ ଭାଗବତ ଆବୃତ୍ତି କରିଥିଲେ I ସାଇକା ଆଁଗନର ଶିଶୁମାନେ ମଧ୍ୟ ଶ୍ରୀଗୁରୁ ଭାଗବତର କେତେକାଂଶ ଆବୃତ୍ତି କରିଥିଲେ ଏବଂ ଭକ୍ତମାନେ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରିଥିଲେ I ଗୁରୁଜୀ ଡ. ଶତପଥି ଦିଲ୍ଲୀ, ଓଡିଶା ତଥା ଛତିଶଗଡର ଭକ୍ତମାନଙ୍କ ଉପସ୍ଥିତିରେ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ I ଦୁଇଟିଯାକ ଆଲବମ ସାରା ବିଶ୍ବରେ ଟିଭି ମାଧ୍ୟମରେ ସିଧା ପ୍ରସାରିତ ହୋଇଥିଲା I