ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ଜାତୀୟ ଆୟୁଷ ମିଶନ ଓଡିଶା ସରକାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବଣ ପାହାଡ଼ ଘେରା ଉପାନ୍ତ ଇଲାକା କୁସଙ୍ଗ ଓ ଜିଲ୍ଲା ର ପ୍ରବେଶ ପଥ ମାଧପୁର ଠାରେ 1971ମସିହାରେ ସରକାରୀ ହୋମିୟ ପ୍ୟାଥିକ ଚିକିତ୍ସା ଳୟ ସ୍ଥାପନ ହୋଇଥିଲେ l ଉକ୍ତ ଚିକିତ୍ସାଳୟ ନିର୍ମାଣ ହେବା ପରେ ଦୁର୍ଗମ ଅଞ୍ଚଳ ର ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ରୋଗୀ ସହଜ ରେ ଚିକିତ୍ସା ସେବା କିଛି ବର୍ଷ ଠିକ ଠାକ ରେ ପାଇ ପାରିଲେ l ମାଧପୁର ଠାରେ ଥିବା ଚିକିତ୍ସାଳୟ ରେ ଜିଲ୍ଲା ର ଅଡ଼େଣିଗଡ଼ ଓ ତଳଗାଁ ପଞ୍ଚାୟତ ର 5ହଜାର ରୁ ଉର୍ଦ୍ଧ ସାଧାରଣ ଜନତା ରୋଗୀ ସେବା ପାଇଥିବା ବେଳେ କନ୍ଧମାଳ ଜିଲ୍ଲା ର ଖଜୁରୀ ପଡ଼ା ବ୍ଲକ ଓ ନୟାଗଡ଼ ଜିଲ୍ଲାର ପ୍ରାୟ 7ଗୋଟି ପଞ୍ଚାୟତ ବାସି ଏହି ଚିକିତ୍ସାଳୟ ଉପରେ ହିଁ ଭାଗ୍ୟ ଭରସାରେ ବଞ୍ଚି ଆସୁଥିଲେ l

ଅନ୍ୟ ପଟେ କୁସଙ୍ଗ ଠାରେ ଥିବା ହୋମିୟ ପ୍ୟାଥୀକ ଚିକିତ୍ସାଳୟ ଠାରୁ ଜିଲ୍ଲାର ହରଭଙ୍ଗା ବ୍ଲକ ର ମହାଲିକପଡ଼ା କୁସଙ୍ଗ, ହରଭଙ୍ଗା ସମେତ ଛତ୍ରଙ୍ଗ ଓ ସଂକୁଲୋଇ ପଞ୍ଚାୟତ ର ଜନ ସାଧାରଣ ଚିକିତ୍ସାପାଇ ପାରୁଥିଲେ l କିନ୍ତୁ ଆଜକୁ ପ୍ରାୟ 30ବର୍ଷ ପୂର୍ବରୁ ମାଧପୁର ଠାରେ ଥିବା ଚିକିତ୍ସାଳୟ ଭୁତ କୋଠି ପାଲଟିଥିବା ବେଳେ କୁସଙ୍ଗ ଠାରେ ଥିବା ଚିକିତ୍ସାଳୟ ଗାଈ ଗୋରୁ,ଛେଳି ମେଣ୍ଢା ଙ୍କ ବିଶ୍ରାମ ସ୍ଥଳୀ ଓ ଅସାମାଜିକ ଲୋକ ଙ୍କ ଆଡ୍ଡା ସ୍ଥଳୀ ପାଲଟିଛି l

ଦୁଃଖ ଓ ପରୀତାପ ର ବିଷୟ ଦୀର୍ଘ 30 ଧରି ଉକ୍ତ ଚିକିତ୍ସାଳୟ ବନ୍ଦ ପଡ଼ିଥିବା ବେଳେ ପ୍ରତି ବର୍ଷ ରଙ୍ଗ ଲଗାଇ ନୂତନୀ କରଣ କେଉଁ ବିଭାଗ ରୁ କେତେ ଟଙ୍କା ଖର୍ଚ୍ଚ କରି ଠିକାଦାର ନୀତି ଆପଣl ଯାଉଛି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ଚିକିତ୍ସାଳୟ ଦୁଇଟିକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ହେଉଛି l ଅନ୍ୟ ପଟେ ବ୍ଲକ ରେ ଥିବା ରାମଗଡ, ତଳଗାଁ ଓ ବିରନରସିଂହ ପୁର ଠାରେ ଥିବା ଆୟୁର୍ବେଦିକ ଡାକ୍ତରଖାନା ରେ ଡାକ୍ତର ନ ଥିବା ଓ ନିୟମିତ ସେବା ଯୋଗାଉନ ଥିବା,ଡାକ୍ତର ଖାନରେ ଔଷଧ ଆବଶ୍ୟକତା ଠାରୁ କମ ଯୋଗ ଯାଉଥିବା ରୋଗୀ ଙ୍କ ଭିତରେ ଅଭିଯୋଗ ଆସୁଛି l