କେସିଙ୍ଗା :  (ପ୍ରୀତେଶ ପଟେଲ) ବର୍ଷା ଦିନେ ଭି ଉଠୁଚି ବାଲି, ଏନ୍ ଜି ଟି ଆଇନ୍ ଅନୁଯାୟୀ ଜୁନ୍ ୬ ତାରିଖରୁ ବାଲି ଉଠାଣ ବନ୍ଦ ରହିବା ନିୟମ ପୂର୍ବରୁ ଚାଲିଆସିଛି ।ହେଲେ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ର ଖଣିଜ ବିଭାଗ ଏହି ନିୟମ ଲାଗୁ ନ କରିବା ସହିତ ନିଜେ ଏକ ନୂଆ ନିୟମ ଲାଗୁ କରିବା ଜିଲ୍ଲା ସାରା ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ସାଜିଛି । ବର୍ଷା ଦିନେ ମୌସୁମୀ ସମୟରେ ଜୁନ ପ୍ରଥମ ସପ୍ତାହ ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ବାଲି ଉଠାଇବା ଉପରେ ରୋକ ଲାଗିଥାଏ ।

ଏହି ନିୟମ କୁ ସାରା ରାଜ୍ୟ ରେ ପାଳନ କରାଯାଏ କିନ୍ତୁ କଳାହାଣ୍ଡି ଜିଲ୍ଲା ଖଣିଜ ବିଭାଗ ରାଜ୍ୟ ବାହାରେ ଥିବା ଭଳି ପରିଲକ୍ଷିତ ହେଉଛି।ଜୁନ ୬ ତାରିଖ ପରେ ମଧ୍ୟ ପ୍ରତେକ ବାଲିଘାଟ ଗୁଡିକରୁ ବାଲି ଉଠୁଥିବା ଦେଖିବାକୁ ମିଳୁଛି।ନିଜେ ଜିଲ୍ଲା ଖଣିଜ ବିଭାଗ ପକ୍ଷରୁ ଗତ ୨୪ ତାରିଖ ଦିନ ଜିଲ୍ଲା ର ସମସ୍ତ ବାଲି ଲିଜ ଧାରୀ ମାନଙ୍କୁ ଏକ ଚିଠି କରାଯାଇ ମୌସୁମୀ ବର୍ଷା କୁ ଦୃଷ୍ଟି ରେ ରଖି ଜୁନ୍ ୫ ତାରିଖ ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ବାଲି ଉଠାଣ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ନାମା ଜାରି କରାଯାଇଥିଲା ।କିନ୍ତୁ ନିଜ ନିୟମ କୁ ନିଜେ ମାନୁ ନାହାଁନ୍ତି ଖଣିଜ ବିଭାଗ ।

ଗତକାଲି ଛେନାଗାଁ ବାଲି ଘାଟ ରେ ଲିଜ ରୁ ଅଧିକ ପରିମାଣ ବାଲି ଉଠିଥିବା ଅଭିଯୋଗ କୁ କେନ୍ଦ୍ର କରି ଜିଲ୍ଲା ଖଣିଜ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା ।କିନ୍ତୁ ଏହା ଲୋକ ଦେଖାଣିଆ ବୋଲି ଜିଲ୍ଲା ସାରା ଚର୍ଚ୍ଚା ହେଉଛି।ଏହି ଚଢ଼ାଉ ସମୟରେ ବାଲିଘାଟ ରେ ବାଲି ଉଠାଣ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।ଯେଶିବି ମେସିନ୍ ଖରାପ ଦର୍ଶାଇ କାମ ବନ୍ଦ ଥିବା ଦର୍ଶାଯାଇଥିଲା ।କିନ୍ତୁ ଏହା ଏକ ପ୍ରକାର ର ଚତୁରତା ଭଳି ମନେ ହୁଏ ।ଯାହା ହେଉ କିନ୍ତୁ ଜିଲ୍ଲା ଖଣିଜ ବିଭାଗ ର ଉପ ନିର୍ଦ୍ଦେଶକ
ବି ସୋରେନ ଙ୍କ ପ୍ରତିକ୍ରିୟା ଅନୁଯାୟୀ ଛେନାଗାଁ ଭଳି ବାଲି ଘାଟ ରୁ ବାଲି ଉଠାଇ ହେବ ।ଯଦି ଆମେ ସମ୍ପୂର୍ଣ୍ଣ ମାତ୍ରା ରେ ବାଲି ଉଠାଣ ବନ୍ଦ କରିଦେବା ତା ହେଲେ ଉନ୍ନତି ମୂଳକ କାର୍ଯ ସମ୍ପୂର୍ଣ ବନ୍ଦ ହେଇଯିବ ବୋଲି କହିଥିଲେ ।ଏହା କହି ସେ ପରୋକ୍ଷ ରେ ଛେନାଗାଁ ବାଲିଘାଟ କୁ ଅନୁକମ୍ପା ଦେଖାଉଛନ୍ତି । ଛେନାଗାଁ ବାଲି ଘାଟ ନାଁ ରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସରକାରୀ ବାବୁ ଙ୍କ ନିଦ ଭାଙ୍ଗୁ ନାହିଁ ଓ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା ।