ହରଭଙ୍ଗା 4/7(ଚିତ୍ତ ରଞ୍ଜନ ସିଂ ) ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ମନ୍ଦିର ପରିସରରେ ଥିବା ତେନ୍ତୁଳି ଗଛ କୁ ଚଢି ଡାଳ କାଟୁଥିବା ସମୟରେ ରେ ଶ୍ରମିକ ତଳେ ପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି l ସୂଚନା ମତେ ଗୁରୁବାର ଦିନ ଅପରାହ୍ନ ସମୟରେ ଚାରିଛକ ଡିଗିଶିରା ଗ୍ରାମର ଅଜୟ ନାଏକ (28) ନାମକ ବ୍ୟକ୍ତି ଭୈରବୀ ମନ୍ଦିର ପରିସର ଥିବା ତେନ୍ତୁଳି ଗଛ କୁ ଚଢି ଡାଳ କାଟୁଥୁବା ସମୟରେ କୌଣସି ଅସାବଧାନତା ହେତୁ ଖସି ପଡିଥିଲେ ସଂଗେ ସଂଗେ ସ୍ଥନୀୟ ଲୋକେ ଅଜୟ ଙ୍କୁ ପୁରୁଣା କଟକ ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ l

ଏପଟେ ମନ୍ଦିର ପରିସରରେ ଉନ୍ନତି କରଣ କାର୍ଯ୍ୟ ଚାଲୁଥିବା ବେଳେ ଉକ୍ତ ଶ୍ରମିକ ଙ୍କୁ ସମ୍ପୃକ୍ତ ଠିକାଦାର ନା ମନ୍ଦିର କମିଟି ପକ୍ଷରୁ ଗଛ କାଟିବା ପାଇଁ ବିନା ସୁରକ୍ଷା ରେ ନିୟୋଜିତ କରାଯାଇଥିଲା ତାହl ଏବେ ସାଧାରଣ ରେ ସନ୍ଦେହ ପ୍ରକାଶ ପାଉଛି l ତେଣୁ ଏହି ନିରୀହ ଗରିବ ଲୋକ ର ମୃତ୍ୟୁ ପଛରେ ଦାୟୀ କିଏ ବୋଲି ପ୍ରଶ୍ନ ଉଠୁଛି l ଅନ୍ୟପଟେ ମୃତ ଶରୀର କୁ ପୋଷ୍ଟମୋଟମ ପାଇଁ ବୌଦ୍ଧ ପଠା ଯାଇଥିବା ବେଳେ ଅଜୟ ଜଣେ ଗରିବ ଶ୍ରେଣୀର ଲୋକ, ମୁଲ ଲାଗି ପରିବାର ପ୍ରତିପୋଷଣ କରୁଥୁବା ବେଳେ ତାଙ୍କ ଅକାଳ ବିୟୋଗ କୁ ନେଇ ଅସହାୟ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି l