ମୁନିଗୁଡା:  ୪।୭ (ରମାକାନ୍ତ ପୋଡାଳ )ରାୟଗଡ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁନିଗୁଡା ବ୍ଲକର ପାତ୍ରଗୁଡା,ଆମ୍ଲାଭଟା, ଜଗଦଳପୁର, ସିଙ୍ଗାରି ଯାଇ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ପ୍ରଥମେ ମୁନିଗୁଡା ବ୍ଲକର ପାତ୍ରଗୁଡ଼ା ପଞ୍ଚାୟତ ରେ ଥିବା ମିନି ପାର୍କ, ଆମ ବ୍ୟାଙ୍କ ଗୃହ, ମାର୍କେଟ କମ୍ପ୍ଲେକ୍ସ ଓ କଲ୍ୟାଣୀ ମଣ୍ଡପ, ବସ ଷ୍ଟପେଜ, ଡାଇନିଂ ହଲ ପରିଦର୍ଶନ କରିବା ପରେ ଇଚ୍ଛାପୁର ପଞ୍ଚାୟତ ଗୌଡ ଚନ୍ଦନ ଖୁଟି ଗ୍ରାମରେ ପହଞ୍ଚି ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ମହୁ ଚାଷ ଦେଖିବା କିପରି ମହିଳା ମାନେ ଅଧିକ ସ୍ୱାବଲମ୍ବୀ ହୋଇ ପାରିବେ ସେଥିନେଇ ଜିଲ୍ଲାପାଳ ମହିଳା ମାନଙ୍କୁ ଉତ୍ସ୍ରାହ କରିଥିଲେ।

ପରେ ଆମ୍ଲାଭଟା ପଞ୍ଚାୟତ ମୁଖ୍ୟ ସଡକ ପାର୍ଶ୍ଵରେ ପୋଖରୀ ପୁନଃ ଉଦ୍ଧାର ଓ ଅଧୁରା ନିର୍ମାଣ ହୋଇ ରହିଥିବା କେଫେ ଓ ମିନି ପାର୍କ ଭଳି ଅନେକ ପ୍ରକଳ୍ପ ବୁଲି ଦେଖିଥିଲେ, ସେହିପରି ଜଗଦଳପୁର ପଞ୍ଚାୟତ ରେ ହାଟ ପିଣ୍ଡି, ପୋଖରୀ ର ସ୍ଥିତି ଅନୁଧ୍ୟାନ କରିବା ପରେ ମୁନିଗୁଡା ବ୍ଲକ ପରିସରରେ ନିର୍ମାଣ ହୋଇଥିବା କେଫେ ର ସ୍ଥିତି ପରଖିଥିଲେ।ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହିତ ମୁନିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତମ କୁମାର ତନ୍ତୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶ୍ୱର୍ୟା ଭଞ୍ଜ ଦେଓ, କନିଷ୍ଠ ଯନ୍ତ୍ରୀ ରାମ ଚନ୍ଦ୍ର ସୂତାର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ରାଓଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ।