ହରଭଙ୍ଗା (ଚିତ୍ତରଞ୍ଜନସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ସାଧାରଣ ପରିଷଦ ବୈଠକ ବୁଧବାର ଦିନ ସଙ୍ଘ କାର୍ଯ୍ୟାଳୟ ଚାରିଛକ ଠାରେ ଅନୁଷ୍ଠିତ ହୋଇଯାଇଛି l ସଙ୍ଘ ସଭାପତି ବନମାଳୀ ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକ ରେ ଆସୋସିଏସନ ର ସମ୍ପାଦକ ଭାଗବତ ମେହେର ବୈଠକ ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ବିଗତ ବର୍ଷ ରେ ସଙ୍ଘ ପକ୍ଷରୁ ହୋଇଥିବା ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ଉପରେ ମତ ରଖିଥିଲେ l

ଏବଂ ସେବା ମହୋତ୍ସବ ର ଆୟ ବ୍ୟୟ ର ବିବରଣୀ ପଠନ କରିଥିବା ବେଳେ ନିକଟରେ ହେବାକୁ ଥିବା ଆସୋସିଏସନ ପକ୍ଷରୁ ବୃକ୍ଷ ରୋପଣ ଉପରେ ଆଲୋଚନା କରିବା ସହ ସମସ୍ତ ସଦସ୍ୟ ଙ୍କର ସହମତି ଲୋଡ଼ିଥିଲେ l ଆଗାମୀ ଦିନରେ ସମାଜ ରେ ଲୋକଙ୍କ ବିଭିନ୍ନ ମୌଳିକ ସମସ୍ୟା ର ସମାଧାନ ଦିଗରେ ଦୃଷ୍ଟି ଦେବା ସହ ପ୍ରଶାସନ ନିକଟରେ ସର୍ବଦା ସଙ୍ଘ ଦାବି ଉପସ୍ଥାପନ କରିବ ଏବଂ `ସବୁବେଳେ ଲୋକଙ୍କ ସାଥିରେ` ଆସୋସିଏସନ ରହିବ ବୋଲି ସଭାପତି ନିଜସ୍ୱ ମତ ରଖିଥିଲେ l

ଶେଷରେ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ସୁକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବୈଠକ ରେ ବରିଷ୍ଟ ସାମ୍ବାଦିକ ଚିତ୍ତ ରଂଜନ ସିଂ, ବାସୁଦେବ ସାହୁ, ବିଭୁ ଦତ୍ତ ବୋଷ,ଉପ ସଭାପତି ଶାଶ୍ୱତ ଦାସ, ସହ ସମ୍ପାଦକ ସିମୁନ ନାଏକ, କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ବେହେରା, ଧିରେନ ପ୍ରଧାନ,ସଦା ନନ୍ଦ ନାଏକ, ଅକ୍ଷୟ ମହାକୁଡ଼, ପ୍ରଭାତ ନାଏକ,କୁମୁଦ ଚନ୍ଦ୍ର ସାହୁ,ବିଜୟ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ l