ହରଭଙ୍ଗା :10/07(ଚିତ୍ତ ରଞ୍ଜନ ସିଂ ).ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ସ୍ଥିତ ବହୁ ପୁରାତନ ପ୍ରତ୍ୟକ୍ଷ ଦେବି ମା ଦକ୍ଷିଣ କାଳି ନୂତନ ମନ୍ଦିର ର ଆଜି ରତ୍ନ ମୁଦ ରୀତିନୀତି ଅନୁଯାଇ ସମ୍ପନ୍ନ ହୋଇଛି l ଆଜି ପ୍ରାତଃ ରୁ ଅଞ୍ଚଳ ର ସହ ସହ ଭକ୍ତ ଏକ ବିରାଟ ଶୋଭାଯାତ୍ରା ରେ ପାଞ୍ଚ ଶହ ଏକ କଳସ ଯାତ୍ରା କରି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ l

ଯଜ୍ଞ ମଣ୍ଡପ ରେ ବ୍ରାହ୍ମଣ ଙ୍କ ମନ୍ତ୍ର ଧ୍ୱନି ରେ ରେ ରୀତିନୀତି ଅନୁଯାଇ ପୂଜା କାର୍ଯ୍ୟ ହୋଇଥିବା ବେଳେ କର୍ତ୍ତା ଭାବେ ପାଟଭୁକ୍ତା ପ୍ରଶାନ୍ତ ଗୁରୁ ଓ ତାଙ୍କର ଧର୍ମ ପତ୍ନୀ ସ୍ନେହଲତା ଗୁରୁ ଗ୍ରାମର ଗୌତିଆ ବାବୁଲା ଭୁକ୍ତା ଓ ତାଙ୍କର ଧର୍ମ ପତ୍ନୀ ଗୋଲାପ ଭୁକ୍ତା କାର୍ଯ୍ୟଭାର ତୁଲାଇଥିଲେ l ପରେ ହଜାର ହଜାର ଭକ୍ତ ଙ୍କ ଗହଣ ରେ ଓ ସାହାଯ୍ୟ ସହଯୋଗ ରେ ରତ୍ନମୁଦ ସମାପନ ହୋଇଥିଲା l ଏହି ରତ୍ନମୁଦ ସମାରୋହ ରେ ନାମ ଯଜ୍ଞ, ଅନ୍ନ ଯଜ୍ଞ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା l