ଧର୍ମଗଡ଼ ତା ୧୧/୭/୨୪( ହେମନ୍ତ କୁମାର ମାଝୀ)ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଧାୟକ ଓ ସାଂସଦ ଙ୍କୁ ସମ୍ଵନ୍ଧନା ଉତ୍ସଵ ରେ ସାଂସଦ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ସମୟ କୁ ସଠିକ ଉପଯୋଗ କରି ପାଠ ପଢି ଵାକୁ ପରାମର୍ଶ ଦେଇଥିଵା ଵେଲେ ମୁଁ ମଧ୍ୟ ତମ ପରି ଛାତ୍ରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠ ପଢ଼ିଥିଲି ଵୋଳି ଉପସ୍ଥିତ ଥିଵା ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦ ଙ୍କ ଅଧ୍ୟକ୍ଷତା ରେ ନୂତନ ଭାବରେ ନିର୍ବାଚିତ ହୋଇଥିବା ସାଂସଦ ମାଳବିକା ଦେଓ ଓ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଙ୍କୁ ସମ୍ଵନ୍ଧନା ପ୍ରଦାନ କରାଯାଇଥିଲା ଉକ୍ତ ସମ୍ଵନ୍ଧନା ଉତ୍ସଵ ରେ କଳାହାଣ୍ଡି ଲୋକ ସଭା ସାଂସଦ ମାଳବିକା ଦେଓ, ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଯୁକ୍ତ ତିନି ଅଧ୍ୟକ୍ଷା ଶ୍ରୀମତୀ ମୂର୍ତ୍ତି ମଞ୍ଜୁରୀ ପଣ୍ଡା, ଆଇନଜୀବୀ ଧନଞ୍ଜୟ ପାତ୍ର, ସମାଜ ସେବୀ ଶିଶୁ ଦେବ ମୁଣ୍ଡ, ସାମ୍ବାଦିକ ହୃଷୀକେଶ ମିଶ୍ର,ଓ ହେମନ୍ତ କୁମାର ମାଝୀ ଆଇନଜୀବୀ ମନିଦ୍ର ଭୂଷଣ ପାତ୍ର, ଅନିଲ ନନ୍ଦ, ଡମ୍ବରୁଧର ଠାକୁର ମଞ୍ଚାସିନ ଥିବା ବେଳେ ସାଂସଦ ଓ ବିଧାୟକ ଙ୍କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ମାନେ ପୁଷ୍ପ ମାଲ୍ୟାର୍ପଣ କରି ମଞ୍ଚକୁ ପାଛୋଟି ନେଇଥିବା ବେଳେ ମଞ୍ଚ କୁ ଅଧ୍ୟାପକ ସଞ୍ଜୀବ ମୁଣ୍ଡ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଵକିମ ମୁଣ୍ଡ ସ୍ଵାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ ।