ଧର୍ମଗଡ଼ ତା ୧୧/୭/୨୪ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏନ୍ ଏ ସି ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ କାର୍ଯ୍ୟ ନିର୍ବାହ ଅଧିକାରୀ ଚନ୍ଦ୍ର କାନ୍ତ ବେହେରା ଙ୍କ ଅଧ୍ୟକ୍ଷତା ରେ କଳାହାଣ୍ଡି ସାଂସଦ ମାଳବିକା ଦେଓ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ନଗର ପାଲ ଅଶୋକ ମହାନ୍ତି ଉପଧକ୍ଷା ଶ୍ରୀମତୀ ମନିଷା ମିଶ୍ର ମଞ୍ଚାସିନ ଥିବା ବେଳେ ସମସ୍ତ କାଉନସିଲ, ଏନ୍ ଏ ସି ର ସମସ୍ତ କର୍ମଚାରୀ ଏଵଂ ଧର୍ମଗଡ଼ ବିଦ୍ୟୁତ ବିଭାଗ ସମେତ ଅନ୍ୟାନ୍ୟ କାର୍ଯ୍ୟାଳୟ ଵିଭାଵଗିୟ ଅଧିକାରୀ ମାନେ ଉକ୍ତ ସମୀକ୍ଷା ବୈଠକ ରେ ଉପସ୍ଥିତ ଥିଲେ।

କାଉନସିଲର ମାନେ ନିଜ ନିଜ ଓ୍ଵାଡ ର ସମସ୍ୟା ଉପସ୍ଥାପନା କରିଥିବା ବେଳେ ସହର ର ଡ୍ରେନ ଗୁଡ଼ିକ ଯୁଦ୍ଧକାଳୀନ ମଧ୍ୟରେ ସଫା କରିବା ସହିତ ସହର ବିଦ୍ୟୁତ ସଠିକ ଭାବରେ ଯୋଗାଇଦେବା ସହ ସହରର ବିଭିନ୍ନ ସମସ୍ୟା ଉପରେ ସାଂସଦ ମାଳବିକା ଦେଓ ଏଵଂ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ସମୀକ୍ଷା ବୈଠକ ରେ ଉପସ୍ଥିତ ଥିଵା ସମସ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ