କାଶୀପୁର : (ଅଞ୍ଜନ କୁମାର ନାଏକ)୧୧/୦୭/୨୪ କାଶୀପୁର ବ୍ଲକ ସଦ୍ଭାବନା ଗୃହ ରେ ଆଜି ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣିଜ ମନ୍ତ୍ରୀ ଙ୍କ ଦ୍ଵାରା ଆଜି ବ୍ଲକ ସଦ୍ଭାବନା ଗୃହ ରେ ବିଭାଗୀୟ ସମୀକ୍ଷା ପରେ କାଶୀପୁର ସଦର ମହକୁମା ରେ ଗିରିଗବର୍ଦ୍ଧନ ମନ୍ଦିର ପ୍ରତିଷ୍ଠା ରେ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମ ରେ ମହିଳା ଓ ଶିଶୁ ବିକାଶ, ଓଡିଶା ଜୀବିକା ମିଶନ, ପର୍ଯ୍ୟଟନ ବିଭାଗର ବିଭାଗୀୟ କାର୍ଯ୍ୟକ୍ରମ ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତରେ ସମୀକ୍ଷା କରିଥିଲେ l ଶିଶୁ ବିକାଶ ବିଭାଗ ଉପରେ ଆଲୋଚନା କରି ମାନନୀୟl ମନ୍ତ୍ରୀ ଜିଲ୍ଲାର ଶିଶୁ ବିକାଶ କାର୍ଯ୍ୟକ୍ରମ, ଅଙ୍ଗନବାଡି କେନ୍ଦ୍ରର ସ୍ଥିତି,ନିଜସ୍ୱ ଗୃହ, ଅପପୃଷ୍ଟି ସମସ୍ୟା ଉପରେ ଅଧିକାରୀ ମାନଙ୍କୁ ଲିଖିତ ଭାବରେ ଦେବା ପlଇଁ କହିଥିଲେ l ସେହିପରି ଅପପୃଷ୍ଟି ଅଞ୍ଚଳ ଚିହ୍ନଟ କରିବା ପାଇଁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି l

ପୁଣି ମିଶନ ଶକ୍ତି ଉପରେ ଆଲୋଚନା କରି ଓଡିଶା ଜୀବିକା ମିଶନ କାର୍ଯ୍ୟକ୍ରମରେ କେତେ ଗୋଟି ଗୋଷ୍ଠୀ ଉପକୃତ ହୋଇଛନ୍ତି ସେମାନଙ୍କ ସ୍ଥିତି କଣ,ସଫଳତା ବିଫଳତାର କାରଣ, ବିପଣନ ବ୍ୟବସ୍ଥା ଓ ଲକ୍ଷପତି ଦିଦି ପାଇଁ ଜିଲ୍ଲାର ଧାର୍ଯ୍ୟ ଉପରେ ଓ ଅନ୍ୟାନ୍ୟ ବିଷୟ ରେ ଆଲୋଚନା କରିଥିଲେ l ସେହିପରି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଯେନା ଜିଲ୍ଲାର ପରିବହନ କାର୍ଯ୍ୟକ୍ରମ, କଡାକଡି ଭାବରେ ଯାଞ୍ଚ କରିବା , ଦୁର୍ଘଟଣା ସ୍ଥିତି ଆଦି ଉପରେ ଆଲୋଚନା କରିଥିଲେ l

ଜିଲ୍ଲା ଖଣିଜ ଅଧିକାରୀ ସହିତ ଜିଲ୍ଲାର କ୍ଷୁଦ୍ର ଓ ବୃହତ ଖଣିଜ କ୍ଷେତ୍ର ଉପରେ ପଚାରି ବିଝିଥିଲେ ଏବଂ ନିୟମିତ ତଦାରଖ କରିବାକୁ ନିର୍ଦେଶ ଦେଇଥିଲେ l କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ, କାଶୀପୁର ପଂଚାୟତ ସମିତି ଅଧ୍ୟକ୍ଷ କଣ୍ଠ ମାଝୀ, ଉପାଧ୍ୟକ୍ଷା, ଆଦି ମଞ୍ଚାସିନ ରହିଥିବାବେଳେ ଜିଲ୍ଲା ର ସମ୍ପୃକ୍ତ ବିଭାଗୀୟ ଅଧିକାରୀ ସମସ୍ତ ଯୋଗ ଦେଇଥିଲେ l

ଏହାପରେ ୩ଦିନ ଧରି ଗିରିଗବର୍ଦ୍ଧନ ମନ୍ଦିର ପ୍ରତିଷ୍ଠା ଉତ୍ସାବ କାର୍ଯ୍ୟକ୍ରମ ର ଅନ୍ତିମ ଦିବସ ଅର୍ଥାତ ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା, ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା,ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ,କୋରାପୁଟ ବିଧାୟକ ଶ୍ରୀଯୁକ୍ତ ମାଛ,ରାୟଗଡ ଜିଲ୍ଲାପାଳ , ରାଜ୍ୟ ଉତ୍କଳ ଗୋପାଳ ଗୌଡ଼ ସମାଜ ର ସଭାପତି ପ୍ରତାପ ଚନ୍ଦ୍ର ପରିଡା , ରାଜ୍ୟ ସମ୍ପଦକ ବିଦ୍ୟଧର ଭୁଟିଆ , ଜିଲ୍ଲା ସଭାପତି ଶରତ ଗୌଡ଼ ,ରାଜ୍ୟ ସଂଯୋଜକ ସୁରତ ଗୋପାଳ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।