କେସିଙ୍ଗା : (ପ୍ରୀତୀଶ ପଟେଲ)ଦୀର୍ଘ ସାତ ପରେ ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କାର୍ଯ୍ୟାଳୟ ରେ ଥିବା ସଭାଗୃହରେ କେସିଙ୍ଗା ବ୍ଲକ ର ସପ୍ତମ ସମିତି ବୈଠକ ଇତିମଧ୍ୟରେ ରେ ଅନୁଷ୍ଟିତ ହୋଇଯାଇଛି।କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ କଳାହାଣ୍ଡି ସାଂସଦ ମାଳବିକା ସିଂଦେଓ, ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ଓ ନର୍ଲା ବିଧାୟକ ମନୋରମା ମହାନ୍ତି ଯୋଗ ଦେଇ ଥିଲେ

ଶିକ୍ଷା ,ସ୍ଵାସ୍ଥ୍ୟ,କୃଷି , ପାନୀୟଜଳ ଓ ଗ୍ରାମାଞ୍ଚଳ ର ଗମନାଗମନ ଉପରେ ବିଶେଷ ଆଲୋଚନା ହୋଇଥିଲା।ବୈଠକ ରେ ଅଞ୍ଚଳ ର ବିଭିନ୍ନ ବିଭାଗର ଅଧିକାରୀ ମାନେ ମଧ୍ୟ ଯୋଗଦେଇ ଥିଲେ।କଳାହାଣ୍ଡି ସାଂସଦ ମାଳବିକା ସିଂଦେଓ ଉପସ୍ଥିତ ଅଧିକାରୀ ମାନଙ୍କୁ ସରପଞ୍ଚ ମାନେ ଯାହାବି ଅଭିଯୋଗ ସମସ୍ୟା ଆଣିଲେ ଯଥା ଶୀଘ୍ର ସମାଧାନ କରିବା ପାଇଁ ତାଗିଦ୍ କରିଥିଲେ। ଓ ନିୟମ ଅନୁସାରେ ତିନି ମାସରେ ଥରେ ସମିତି ବୈଠକ କରିବାକୁ ଜୋର୍ ଦେଇ ଥିଲେ।

ସେହିପରି ସଦର ବିଧାୟକ ସାଗର ଚରଣ ଦାସ ଓ ନର୍ଲା ବିଧାୟିକା ମନୋରମା ମହାନ୍ତି ମଧ୍ୟ ଅଞ୍ଚଳ ରେ ବିକାଶ ମୂଳକ କାର୍ଯ୍ୟ ଓ ଜନ କଲ୍ୟାଣ କାମକୁ ତ୍ଵରାନିତ କରିବା ପାଇଁ ଜୋର୍ ଦେଇଥିଲେ। ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଉପାଧ୍ୟକ୍ଷା ରାଜଶ୍ରୀ ପଟ୍ଟନାୟକ, କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ,ସମସ୍ତ ସରପଞ୍ଚ ,ସମିତି ସଭ୍ୟ/ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ।