କାଶୀପୁର :  (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଅଞ୍ଚଳ ର ଗୌଡ଼ ସମାଜ ର ଅନେକ ଦିନ ର ଦାବି ପରେ ମୈତ୍ରୀ ଇଂଫ୍ରା ଏଣ୍ଡ ମାଇନିଂ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ସ୍ବେଚ୍ଛାକୃତ ଭାବେ ଗିରିଗବର୍ଦ୍ଧନ ମନ୍ଦିର ର ସମ୍ପୁର୍ଣ୍ଣ ନିର୍ମାଣ ସମାପନ କାର୍ଯ୍ୟ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ହେଇଯାଇଛି। କାଶୀପୁର ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଇଥିବାବେଳେ ଏଠାରେ ପ୍ରାୟ ୨୫ ହଜାର ଗୌଡ଼ ସମ୍ପ୍ରଦାୟର ଲୋକମାନେ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ରେ ବସବାସ କରିଆସୁଛନ୍ତି । ଗୌଡ଼ ସମାଜ ହିନ୍ଦୁ ଧର୍ମବଲମ୍ବୀ ହେଇଥିଲେ ମଧ୍ୟ ଏମାନଙ୍କ ଆରାଧ୍ୟ ଦେବତା ଭାବେ ଶ୍ରୀ କୃଷ୍ଣ ଙ୍କୁ ପ୍ରମୁଖ ସ୍ଥାନ ଦେଇଥାନ୍ତି ।

ହେଲେ ରାଜାରାଜୁଡା ସମୟରୁ ଅଞ୍ଚଳ ପ୍ରତି ଏହି ସମ୍ପ୍ରଦାୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲେ ହେଁ ସମ୍ପ୍ରଦାୟର ଅନେକ ଦାବି ପରେ ମଧ୍ୟ ଗିରିଗବର୍ଦ୍ଧନ ମନ୍ଦିର ଟିଏ ନିର୍ମାଣ ହେଇପାରି ନ ଥିଲା । ୨୦୨୩ ରେ ଉକ୍ତ ସମାଜ ପକ୍ଷରୁ ମୈତ୍ରୀ ଇଂଫ୍ରା ଏଣ୍ଡ ମାଇନିଂ କମ୍ପାନୀ ମାଲିକ ତଥା ବାଦାନ୍ୟ ଶ୍ରୀ ଶ୍ରୀନିବାସ ରାଓ ଙ୍କୁ ଭେଟି ଅନେକ ଦିନ ର ଦାବି କୁ ଜଣେଇଥିବା ଫଳରେ ବ୍ୟୟବହୁଳ ଏହି ମନ୍ଦିର କାର୍ଯ୍ୟ କୁ ନିଜ ତଦାରଖ ରେ ଆରମ୍ଭ କରିଥିଲେ । ମନ୍ଦିର ପ୍ରତିଷ୍ଠା ଉତ୍ସାବ ୩ ଦିନିଆ କାର୍ଯ୍ୟକ୍ରମ ପାଇଁ ଚଳିତ ମାସ ୯ ତାରିଖରେ ପ୍ରାୟ ୫ ହଜାର ମହିଳା ଓ ପୁରୁଷ ଙ୍କୁ ନେଇ ବିଶାଳ କଳସ ଯାତ୍ରା ଆରମ୍ଭ ହେଇଯାଇଥିଲା ।

୩ ଦିନ ବିଭିନ୍ନ କାର୍ଯ୍ୟକ୍ରମ ପରେ ୧୧ ତାରିଖ ଦିନ ପୂଜାର୍ଚ୍ଚନା ପରେ ମନ୍ଦିର ର ଶୁଭ ପ୍ରତିଷ୍ଠା ହେଇଯାଇଥିଲା । ଉକ୍ତ ଶୁଭ ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା , ମାନ୍ୟବର ଖଣିଜ ଓ ପରିବହନ ମନ୍ତ୍ରୀବିଭୁତି ଭୂଷଣ ଜେନା ,ବିଜେପି ରାଜ୍ୟ ସଭାପତି ମୋନମୋହନ ସାମଲ,କୋରାପୁଟ ବିଧାୟକ ରଘୁରାମ ମାଛ , ସମାଜ ପକ୍ଷରୁ ଶରତ ଗୌଡ଼ , ସୁରତ ଗୋପାଳ ଭଳି ପ୍ରାୟ ୫ ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।